ମୁଖ୍ୟ ଖବର

ଭୟାବହ ଦୁର୍ଘଟଣାରେ ଶିଶୁ ସମେତ ୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି।  ଦ୍ରୁତଗତିରେ ଆସୁଥିବା ଅଟୋ ସହିତ କାର ମୁହାଁମୁହିଁ ଧକ୍କା ହେବା ଫ‌ଳରେ ଏହି ଦୁର୍ଘଟଣା ଘଟିଛି। ଦୁଃଖର ବିଷୟ ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୫ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଦୁର୍ଘଟଣା ଏତେ ଭୟାବହ ଥିଲା କି ଧକ୍କା ହେବା ଫଳରେ ଅଟୋର ଛାତ ଉଡ଼ି ଯାଇଥିବା ବେଳେ ଏଥିରେ ବସିଥିବା ଯାତ୍ରୀ ଏଣେତେଣେ ଛିଟିକି ହୋଇପଡ଼ିଥିଲେ। ଏଥିସହିତ କାର ଚାଳକଙ୍କ ଶରୀରର ବି ଖଣ୍ଡଖଣ୍ଡ ହୋଇଯାଇଥିଲା।

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପ‌ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।  ଏହି ସହିତ ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି। ପୁଲିସ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି।

ଏହି ଦୁର୍ଘଟଣାରେ କାର ଚାଳକ କିଶୋରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଲିସ କିଶୋରଙ୍କ ଖଣ୍ଡଖଣ୍ଡ ଶରୀରକୁ ଏକାଠି କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଏହି ଦୁର୍ଘଟଣା ଦେଖିଥିବା ସ୍ଥାନୀୟଲୋକେ କହୁଛନ୍ତି, ‌‘ଆମେ ଏହି ଭୟାବହ ଦୃଶ୍ୟ ଦେଖିବା ପରେ ସମ୍ପୂର୍ଣ୍ଣ ଭାବେ ସ୍ତବ୍ଧ ହୋଇଯାଇଛି। ସେ ଦୃଶ୍ୟ ବଖାଣିବାକୁ ଆମ ପାଖରେ ଶବ୍ଦ ନାହିଁ।  ମୃତକଙ୍କ ପରିବାର ଲୋକଙ୍କୁ ଏଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ, ମୃତକଙ୍କ ଆତ୍ମାକୁ ଶାନ୍ତି  ମିଳୁ ଏତିକି ଭଗବାନଙ୍କ ନିକଟରେ ପ୍ରାର୍ଥନା ଆମର।’

Leave a Reply

Your email address will not be published. Required fields are marked *