ଧର୍ମ

ଭକ୍ତି ଓ ନିଷ୍ଠାର ସହିତ ଚାଲିଛି ମା ମଙ୍ଗଳାଙ୍କ ବାସନ୍ତିକ ଦୁର୍ଗାପୂଜା


ନିମାପଡ଼ା : ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିର ରେ ଶୁକ୍ଳ ସପ୍ତମୀ ତିଥି ଠାରୁ ତିନି ଦିନାତ୍ମକ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ ହୋଇଛି ।ଏହି ଅବସରରେ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ବାସନ୍ତିକ ଦୁର୍ଗାପୂଜା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ତିନିଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ବାସନ୍ତିକ ଦୁର୍ଗାପୂଜା ପାଇଁ ମନ୍ଦିର ରେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ ୮ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମା ଙ୍କ ନିତୀ କାନ୍ତି ଅନୁଷ୍ଠିତ ହେଉଥିବାରୁ ମନ୍ଦିର କୁ ସର୍ବସାଧାରଣ ଙ୍କ ପ୍ରବେଶ ବନ୍ଦ ରହିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଦାଶ ସୂଚନା ଦେଇଛନ୍ତି।ଆଶ୍ୱିନ ମାସର ଷୋଡଶ ଉପଚାର ପୂଜାନୀତି ଭଳି ଚୈତ୍ରମାସ ର ଶୁକ୍ଳ ସପ୍ତମୀ,ଅଷ୍ଟମୀ, ଓ ନବମୀ ତିଥିରେ ୩ ଦିନ ବ୍ୟାପୀ ମା ଙ୍କ ବାସନ୍ତିକ ପୂଜା ଅନୁଷ୍ଠିତ ହୋଇଥାଏ ବୋଲି କହିଛନ୍ତି ମା ଙ୍କ ସେବକ ତୁଷାର ରଞ୍ଜନ ଦିକ୍ଷୀତ । ସପ୍ତମୀ ତିଥି ରେ ମା ମଙ୍ଗଳା କାତାୟନୀ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିବା ବେଳେ ବୁଧବାର ଅଷ୍ଟମୀ ତିଥି ରେ ମା ସିଂହ ବାହିନୀ ବେଶ ଓ ରାମ ନବମୀ ଦିନ ମା ମହିଷା ମର୍ଦ୍ଧିନି ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହିତ ମା ଙ୍କ ବାସନ୍ତିକ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ମା ଙ୍କ ଦର୍ଶନ ପାଇଁ ପ୍ରତିଦିନ ଅପରାହ୍ନ ରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମନ୍ଦିର ରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହୁଛି। ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାସନ୍ତିକ ଦୁର୍ଗାପୂଜା ପାଇଁ ସମଗ୍ର କାକଟପୁର ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଆଜି ପାଳିଆ ସେବକ ଭାବେ ପ୍ରକାଶ କୁମାର ପଣ୍ଡା କାର୍ଯ୍ୟ କରୁଥିବାବେଳେ
ପୂଜାପଣ୍ଡା ଭାବେ ସଞ୍ଜୟ ଦିକ୍ଷୀତ ଓ
ଷୋଡଶ ଉପଚାର ପୂଜାପଣ୍ଡା ଭାବେ
ପ୍ରକାଶ କୁମାର ପଣ୍ଡା ମା ଙ୍କ ସମସ୍ତ ପୂଜା ନୀତି ଅନୁଷ୍ଠିତ କରିଛନ୍ତି।

Leave a Reply

Your email address will not be published. Required fields are marked *