ବାଣିଜ୍ୟ

ସାବଧାନତାକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର : ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଏକ ଦିନିକିଆ ଅନ୍‌ଲାଇନ ସେମିନାର ‘ବ୍ୟାଙ୍କରେ ଠକେଇ ଓ ସାବଧାନତା ଅବଲମ୍ବନ’ ଶୀର୍ଷକ ବିଷୟ ଉପରେ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓଆଇର ଭୁବନେଶ୍ୱର ଆଞ୍ଚଳିକ ପ୍ରବନ୍ଧକ ମଳୟ ଦାସ ଏସ୍‌ ସ୍ବାଗତ ଅତିଥି ପରିଚୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଏହି ଅବସରରେ ବିଓଆଇ ମୁଖ୍ୟ କାର୍ଯ୍ୟାଳୟର ରାଜଭାଷା ବିଭାଗର ସହାୟକ ମହାପ୍ରବନ୍ଧକ ତଥା ରାଜଭାଷା ପ୍ରମୁଖ ସୁଶ୍ରୀ ମଉ ମୈତ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଆମେ ଛୋଟ ଛୋଟ ସୁରକ୍ଷାତ୍ମକ ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ବିଭିନ୍ନ ପ୍ରକାର ଠକାମିରୁ ନିଜକୁ ରକ୍ଷା କରିପାରିବା। ସେହିଭଳି ବିଓଆଇ ସୁରକ୍ଷା ବିଭାଗର ମୁଖ୍ୟ ପ୍ରବନ୍ଧକ ବେଦପ୍ରକାଶ ଓଝା ମୁଖ୍ୟବକ୍ତାଭାବେ ଯୋଗଦେଇ ପାୱାର ପଏଣ୍ଟ ଜରିଆରେ ବିଭିନ୍ନ ଜାଲିଆତି ଏବଂ ତା’ର ସାବଧାନତା ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଅପରପକ୍ଷରେ ନରାକାସ ବ୍ୟାଙ୍କ ଭୁବନେଶ୍ୱରର ସଦସ୍ୟ, ଏଲ୍‌ଆଇସିର ରାଜଭାଷା ପ୍ରଭାରୀ ବିପିନ ଏକ୍କା ମଧ୍ୟ ଏ ସମ୍ପର୍କିତ ବିଭିନ୍ନ ପ୍ରକାର ସୁରକ୍ଷିତ ଉପାୟ ବିଷୟରେ ବର୍ଣ୍ଣନା କରିଥିଲେ। ପରିଶେଷରେ ଇନ୍ଦୋର ଅଞ୍ଚଳର ରାଜଭାଷା ବିଭାଗର ମୁଖ୍ୟ ପ୍ରବନ୍ଧକ ଅମରୀଶ କୁମାର ଉକ୍ତ ସମ୍ମିଳନୀରେ ପ୍ରାପ୍ତ ହୋଇଥିବା ମହତ୍ତ୍ୱପୂର୍ଣ୍ଣ ସୂଚନାକୁ ବେଶ୍‌ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୩୨ଜଣ ରାଜଭାଷା ଅଧିକାରୀ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ, ରାଜଭାଷା ବିଭାଗର ବରିଷ୍ଠ ପ୍ରବନ୍ଧକ ସୋନିଆ ସାୱନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *