ବାଣିଜ୍ୟ

ୟୁବିଆଇର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର, : ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷ କରି ୟୁବିଆଇର କର୍ପୋରେଟ ସାମାଜିକ ଦାୟିତ୍ୱବୋଧତା(ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ସ୍ଥାନୀୟ ସିଆର୍‌ପିଏଫ୍‌ କ୍ୟାମ୍ପସ୍‌ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୨କୁ ସ୍ମାର୍ଟ ଶ୍ରେଣୀଗୃହ ଉପକରଣ ଯଥା ପ୍ରୋଜେକ୍ଟର, କମ୍ପ୍ୟୁଟର ଏବଂ ଆବଶ୍ୟକ ଉପକରଣ ଆଦି ଦିଆଯାଇଥିଲା। ଏପରିକି ୟୁବିଆଇ ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ସତ୍ୟବାନ ବେହେରା ସ୍କୁଲର ପ୍ରିନ୍ସିପାଲ ଅଞ୍ଜନ କୁମାର ଖଟୁଆଙ୍କୁ ବ୍ୟାଙ୍କର ମହିଳା ସଶକ୍ତୀକରଣ କମିଟିର ସଦସ୍ୟ ଓ ସ୍କୁଲ କର୍ମଚାରୀମାନଙ୍କ ଉପସ୍ଥିତିରେ ଉପରୋକ୍ତ ଉପକରଣ ପ୍ରଦାନ କରାଯାଇଥିଲା। ସେହିଭଳି ମହିଳା ସଶକ୍ତୀକରଣକୁ ଆଗେଇନେବା ପାଇଁ ୟୁବିଆଇର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଏଭଳି ଏକ ସିଏସ୍‌ଆର୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅପରପକ୍ଷରେ କେନ୍ଦ୍ରୀୟ ବିଦ୍ୟାଳୟ-୨ର ପ୍ରିନ୍ସିପାଲ ଅଞ୍ଜନ କୁମାର ଖଟୁଆ ଦେଶରେ ନାରୀ ଶକ୍ତିକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇବା ଉପଲକ୍ଷେ ୟୁବିଆଇର ଏଭଳି ଏକ ଅଭିନବ ପଦକ୍ଷେପକୁ ସେ ଖୁବ୍‌ ପ୍ରଶଂସା କରିଥିଲେ। ଉଲ୍ଲେଖଯୋଗ୍ୟ, ୟୁବିଆଇର ପରିଚାଳନା ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ. ମଣି ମେଖାଲାଇଙ୍କ ଉପନ୍ୟାସ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ମୌଳିକ ସୁବିଧା ଏବଂ ସ୍ବଚ୍ଛ ପରିବେଶ ଆଣିବା ଦିଗରେ ଏକ ଅତୁଳନୀୟ ଭୂମିକା ନିର୍ବାହ କରୁଛି। ଏପରିକି ମହିଳା ବର୍ଗଙ୍କୁ ସହଯୋଗ କରିବା ସହ ମାନବ ସ୍ଫୁର୍ତ୍ତିକୁ ଜାଗ୍ରତ କରୁଛି। ଏଭଳି ଏକ ପଦକ୍ଷେପ ଭବିଷ୍ୟତର ଯୁବପିଢ଼ିଙ୍କ ପାଇଁ ଉନ୍ନତ ବୈଷୟିକ ସୁବିଧା ସୃଷ୍ଟି କରିବା ସହ ଛାତ୍ରୀଛାତ୍ରମାନଙ୍କୁ ଉନ୍ନତ ଶିକ୍ଷାଦାନ ସୁବିଧା ପ୍ରଦାନ କରିବାରେ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *