ମନୋରଞ୍ଜନ

ମାତାପିତାଙ୍କୁ ବିଳାସପୂର୍ଣ୍ଣ ଘର ଉପହାର ଦେଲେ ଧନୁଷ

ଚେନ୍ନାଇ: ମାତାପିତାଙ୍କୁ ବିଳାସପୂର୍ଣ୍ଣ ଘର ଉପହାର ଦେଲେ ସାଉଥ ସୁପରଷ୍ଟାର ଧନୁଷ। ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା ଧନୁଷ ଏବେ ନିଜ ଉପହାରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଫେବ୍ରୁଆରି ୧୭ରେ ତାଙ୍କର ଫିଲ୍ମ ‘ବାଥୀ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଏବେ ସେ ନୂଆ ଘର କିଣିଛନ୍ତି। ଧନୁଷ ଚେନ୍ନାଇର ପୋସ୍ ଗାର୍ଡେନରେ ନିର୍ମିତ ଏହି ଘରକୁ ତାଙ୍କ ପିତାମାତାଙ୍କୁ ଉପହାର ଦେଇଥିବା କୁହାଯାଉଛି।

ନିର୍ଦ୍ଦେଶକ ସୁବ୍ରମଣ୍ୟମ୍ ଶିବା, ଧନୁଷଙ୍କ ନୂଆ ଘର ବିଷୟରେ ସବିଶେଷ ତଥ୍ୟ ଦେଇ ଘରର କିଛି ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସୁବ୍ରମଣ୍ୟମ୍ ଶିବା କହିଛନ୍ତି ଯେ, ‘ମୋର ସାନ ଭାଇ ଧନୁଷର ନୂଆ ଘର ମୋତେ ମନ୍ଦିର ଭଳି ଅନୁଭବ ହେଉଛି। ସେ ନିଜ ଜୀବନକାଳରେ ପିତାମାତାଙ୍କୁ ଏକ ସ୍ବର୍ଗ ଭଳି ଘର ଯୋଗାଇ ଦେଇଛନ୍ତି। ତୁମକୁ ଆହୁରି ଅନେକ ସଫଳତା ମିଳୁ, ମୁଁ ଏହି କାମନା କରୁଛି। ତୁମେ ଦୀର୍ଘ ଦିନ ବଞ୍ଚ ଏବଂ ନିଜ ପିତାମାତାଙ୍କୁ ସମ୍ମାନ ଦେବାରେ ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣା ହୋଇ ରୁହ।

ଧନୁଷଙ୍କ ଏହି ଘରର ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋଗୁଡ଼ିକରେ ଧନୁଷ ତାଙ୍କ ପିତାମାତାଙ୍କ ସହ ନଜର ଆସୁଛନ୍ତି। ଅଭିନେତା ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଥିବା ସହ ଲମ୍ବା କେଶ ଏବଂ ଦାଢ଼ି ରଖିଥିବା ଫଟୋରେ ଦେଖିବାକୁ ମିଳିଛି। ନୂଆ ଘର ପାଇଁ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି। କୁହାଯାଉଛି ‌ଯେ, ଧନୁଷଙ୍କ ଏହି ବିଳାସପୂର୍ଣ୍ଣ ଘରର ମୂଲ୍ୟ ୧୫୦କୋଟି।

Leave a Reply

Your email address will not be published. Required fields are marked *