National NewsUncategorizedରାଜ୍ୟ

ଦେବୀ ନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ


ନିମାପଡ଼ା : ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଉରିଆକଣ ଠାରେ ଦେବୀ ନଦୀ ରେ ଗାଧେଇବାକୁ ଯାଇଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସୂଚନା ମୁତାବକ
ଆଜି ମଧ୍ୟାହ୍ନ ରେ କାକଟପୁର ବ୍ଳକ ଲତାହରଣ ଗ୍ରାମ ର ତିନି ଜଣ ଯୁବକ ଦେବୀ ନଦୀ ର ବାଉରିଆକଣ କୁ ଗାଧୋଇବାକୁ ଯାଇଥିଲେ। ସେମାନେ ଗାଧୋଉଥିବା ସମୟ ରେ ଯୁବକ ଙ୍କ ମଧ୍ୟରୁ ଏସ କେ ଦାନିସ (୧୭)ନଦୀ ର ଗଣ୍ଡ କୁ ଚାଲି ଯାଇଥିଲେ। ଅନ୍ୟ ୨ ଯୁବକ ତାଙ୍କ ପରିବାର କୁ ଏ ସମ୍ପର୍କ ରେ ଖବର ଦେବାପରେ ପରିବାର ଲୋକ ସ୍ଥାନୀୟ ଲୋକ ଓ ମତ୍ସ୍ୟଜିବୀ ମାନଙ୍କ ସହାୟତାରେ ଜାଲ ନେଇ ଖୋଜାଖୋଜି ଆରମ୍ଭ କରିଥିଲେ କିନ୍ତୁ ଦାନିସ ଙ୍କ ପତ୍ତା ମିଳିପାରିନାହିଁ। ଏହି ନିଖୋଜ ଖବର ପାଇ କାକଟପୁର
ଥାନା ପୋଲିସ ଓ ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ ମଧ୍ଯ ଯୁବକ ଙ୍କୁ ଠାବ କରି ପାରିନାହାଁନ୍ତି। ଘଟଣା ସ୍ଥଳ ରେ ଶତାଧିକ ଲୋକ ରୁଣ୍ଡ ହୋଇଛନ୍ତି, ପରିବାର ଲୋକ ଙ୍କ ଭିତରେ ଏକ ପ୍ରକାର ଶୋକ ର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *