ମୁଖ୍ୟ ଖବର

ବି.ଭି.ଆର ସୁବ୍ରମଣ୍ୟମ ନୀତି ଆୟୋଗର ନୂଆ ସିଇଓ

ନୂଆଦିଲ୍ଲୀ, : ପୂର୍ବତନ ଆଇଏଏସ୍‌ ଅଧିକାରୀ ବି.ଭି.ଆର ସୁବ୍ରମଣ୍ୟମଙ୍କୁ ସୋମବାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି। ସୁବ୍ରମଣ୍ୟମ ବର୍ତ୍ତମାନର ସିଇଓ ପରମେଶ୍ୱରନ ଆୟରଙ୍କ ସ୍ଥାନ ନେବେ। ପରମେଶ୍ୱରନ ଆୟର ବର୍ତ୍ତମାନ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରହିବେ। ସୋମବାର ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ ମନ୍ତ୍ରିମଣ୍ଡଳର ନିଯୁକ୍ତି ସମିତି ସୁବ୍ରମଣ୍ୟମଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ତାଙ୍କର କାର୍ଯ୍ୟକାଳ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଦୁଇ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ୧୯୮୭ ବ୍ୟାଚର ଆଇଏଏସ୍‌ ସୁବ୍ରମଣ୍ୟମ ଛତିଶଗଡ କ୍ୟାଡରର ଆଇଏଏସ୍‌ ଅଧିକାରୀ ରହିବା ସହ ବାଣିଜ୍ୟ ମନ୍ତ୍ରଣାଳୟରେ ମଧ୍ୟ ଓଏସ୍‌ଡି ରହିସାରିଛନ୍ତି। ସୁବ୍ରମଣ୍ୟମ ୩୦ଜୁନରେ ବାଣିଜ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପୂର୍ବରୁ ୨୦୧୮ ଜୁନ ୨୪ରେ ତାଙ୍କୁ ଜମ୍ମୁ-କଶ୍ମୀରର ମୁଖ୍ୟ ଶାସନ ସଚିବ କରାଯାଇଥିଲା। ଆତଙ୍କବାଦୀଙ୍କୁ ଧରିବା ଏବଂ ଆତଙ୍କବାଦୀଙ୍କ ବିଚାରଧାରାକୁ ସମାପ୍ତ କରିବାରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ଅନ୍ୟପଟେ ମନମୋହନ ସିଂହଙ୍କ କାର୍ଯ୍ୟକାଳ ମଧ୍ୟରେ ବି.ଭି.ଆର ସୁବ୍ରମଣ୍ୟମ ପିଏମ୍‌ଓରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ ତୁଳାଇସାରିଛନ୍ତି।

Leave a Reply

Your email address will not be published. Required fields are marked *