ଖେଳ

ଓଡ଼ିଶା ରାଜ୍ୟ 17 ବର୍ଷରୁ କମ୍ ଓପନ୍ ଓ ବାଳିକା ଚେସ୍ ପ୍ରତିଯୋଗିତା

ଭୁବନେଶ୍ୱର:ଓଡ଼ିଶା ରାଜ୍ୟ 17 ବର୍ଷରୁ କମ୍ ଓପନ୍ ଓ ବାଳିକା ଚେସ୍ ପ୍ରତିୟୋଗିତା 2023 ଏପ୍ରିଲ୍ 8 ଓ 9 ତାରିଖରେ କୋରାପୁଟର ସର୍ବଦୟା କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବାକୁ ଯାଉଛି। ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ଚେସ୍ ଆସୋସିଏସନ୍ ଓ କଳିଙ୍ଗ ସ୍ପୋର୍ଟସ୍ ଫାଉଣ୍ଡେସନ୍ ମିଳିତ ଆନୁକୂଲ୍ୟରେ ଏହି ପ୍ରତିୟୋଗିତା ଆୟୋଜିତ ହେଉଛି। 2006 ମସିହା ଜାନୁଆରୀ 1 ତାରିଖ କିମ୍ବା ତା’ପରେ ଜନ୍ମିତ ଖେଳାଳି ଉପରୋକ୍ତ ଇଭେଣ୍ଟରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେବେ। 45 ମିନିଟ୍ + 30 ସେକେଣ୍ଡ୍ ସମୟ ନିୟନ୍ତ୍ରଣରେ ଏହି ପ୍ରତିୟୋଗିତା ଖେଳାୟିବ। ଉଭୟ ଓପନ୍ ଓ ବାଳିକା ବର୍ଗରେ ଶ୍ରେଷ୍ଠ ଦଶ ଜଣ, ଅଣ୍ଡର-8, ଅଣ୍ଡର-10, ଅଣ୍ଡର-12, ଅଣ୍ଡର-14 ବୟସ ବର୍ଗରେ ଶ୍ରେଷ୍ଠ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରାୟିବ। ପଞ୍ଜୀକରଣ ପାଇଁ ଖେଳାଳିମାନେ ପ୍ରଦତ୍ତ ଫୋନ୍ ନମ୍ବର-7008383955ରେ ଯୋଗାୟୋଗ କରିପାରିବେ ଏବଂ ଅନ୍ୟ କୌଣସି ପ୍ରଶ୍ନ ପାଇଁ ଶ୍ରୀ ପ୍ରଦୀପ କୁ ମହାନ୍ତି, ସଚିବ (କେଡିସିଏ), ଫୋନ୍-9937053637ରେ ଯୋଗାୟୋଗ କରିପାରିବେ। ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ର ସମ୍ପାଦକ ଶ୍ରୀ. ଦେବବ୍ରତ ଭଟ୍ଟ ଏହି ସୂଚନା ପ୍ରଦାନ କରିବା ସହ ଉପରୋକ୍ତ ଚେସ୍ ପ୍ରତିୟୋଗିତାରେ ଭାଗ ନେବା ପାଇଁ ସମସ୍ତ ଆଗ୍ରହୀ ଖେଳାଳିଙ୍କୁ ଆମନ୍ତ୍ରଣ କରିଛନ୍ତି। ସୂଚନା ଅନୁୟାୟୀ, ଉଭୟ ଓପନ୍ ଏବଂ ବାଳିକା ବର୍ଗର ଶ୍ରେଷ୍ଠ ଦୁଇ ଜଣ ଖେଳାଳି ଆସନ୍ତା 33ତମ 17 ବର୍ଷରୁ କମ୍ ଜାତୀୟ ଓପନ୍ ଏବଂ ବାଳିକା ଚେସ୍ ଚାମ୍ପିଅନସିପ୍ 2023 ପାଇଁ ଯୋଗ୍ୟ ବିବେଚିତ ହେବେ। ଏହା ପଞ୍ଜାବର ଜଲାନ୍ଦରଠାରେ ମେ 1ରୁ 9 ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *