ମୁଖ୍ୟ ଖବର

ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ରୌପ୍ୟନଗରୀ କଟକକୁ ଗଡ଼ିବ ମେଟ୍ରୋ ଟ୍ରେନ | ଆଜି ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି | ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଥିବାବେଳେ
ଭୁବନେଶ୍ବର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ | ମେଟ୍ରୋ ଟ୍ରେନ୍ ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରରୁ ତ୍ରିଶୁଳିଆକୁ ଚନ୍ଦ୍ରଶେଖରପୁର ଦେଇ ସଂଯୋଗ କରିବ | ଏହି ମେଟ୍ରୋ ବିମାନବନ୍ଦରରୁ ବାହାରି ରେଳଷ୍ଟେସନ, ବାଣୀବିହାର, ପଟିଆ, ନନ୍ଦନକାନନ ଦେଇ ତ୍ରିଶୁଳିଆକୁ ଯୋଡ଼ିବ | ଉଲ୍ଲେଖ ଥାଉ କି ଶନିବାର ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଆଜି ଏ ନେଇ ସର୍ଭେ କରିଥିଲେ ।ମେଟ୍ରୋ ଟ୍ରେନ ଗଡ଼ିବା ପାଇଁ ସୁବିଧା ଅଛି କି ନାହିଁ, କେଉଁଠୁ କେଉଁଠିକି ମେଟ୍ରୋ ଟ୍ରେନ ଗଡିବ, ସେଥିପାଇଁ କ’ଣ କ’ଣ ଆବଶ୍ୟକ ତାହା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଏ ନେଇ ଅନୁଷ୍ଠିତ ସର୍ଭେ କାର୍ଯ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ , ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥାନନ୍, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମିଲ ଥିଲେ। କେଉଁ କେଉଁ ରୁଟ ଦେଇ ଯିବ ମେଟ୍ରୋ ସେଇ ସମସ୍ତ ଲାଇନ ଉପରେ ସମୀକ୍ଷା କରାଯାଇଥିଲା

Leave a Reply

Your email address will not be published. Required fields are marked *