ଦେଶ- ବିଦେଶ

ଚଳିତବର୍ଷ ଶେଷ ସୁଦ୍ଧା ଚନ୍ଦ୍ରରେ ୪ଜି ନେଟ୍‌ୱର୍କ ଲଞ୍ଚ୍‌ କରିବ ନୋକିଆ

ମୁମ୍ବାଇ: ଆପଣଙ୍କ ଫୋନ୍‌ରେ ୪ଜି ନେଟ୍‌ୱର୍କ ଆସୁଛି? ଜାଣିବାକୁ ମିଳୁଛି ଯେ ଖୁବ୍ ଶୀଘ୍ର ଚନ୍ଦ୍ରପୃଷ୍ଠ‌ରେ ବି ୪ଜି ନେଟ୍‌ୱାର୍କ ଉପଲବ୍ଧ ହେବ। କମ୍ପାନି ଏ ନେଇ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛି। ଯଦିଓ ଏବେ ବି ଅନେକ ଅଞ୍ଚଳରେ ୪ଜି ନେଟ୍‌ୱର୍କ ଉପଲବ୍ଧ ନାହିଁ। ମାତ୍ର ନୋକିଆ ଚନ୍ଦ୍ରପୃଷ୍ଠରେ ୪ଜି ନେଟ୍‌ୱର୍କ ଲଞ୍ଚ୍‌ କରାଇବାର ବନ୍ଦୋବସ୍ତ କରୁଛି।

ନୋକିଆର ନାମ ଆପଣ କେବଳ‌ ମୋବାଇଲ୍‌ କମ୍ପାନି ହିସାବରେ ଜାଣିଥିବେ। ମାତ୍ର ଏହି କମ୍ପାନି ନେଟ୍‌ୱର୍କ ଓ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଉପରେ ବି କାମ କରୁଛି। କମ୍ପାନି ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏହି ବର୍ଷ ‌ଶେଷ ସୁଦ୍ଧା ଚନ୍ଦ୍ରରେ ୪ଜି ନେଟ୍‌ୱର୍କ ଲଞ୍ଚ୍‌ ହୋଇଯିବ।

କମ୍ପାନିକୁ ଏହି ସଫଳତା ମିଳିଗଲେ ଉପଗ୍ରହରେ ମଣିଷ ରହିବାର ଯେଉଁ କଳ୍ପନା କରାଯାଇଛି ତାହା ହୁଏତ ଦିନେ ନା ଦିନେ ସତ ହୋଇପାରେ। ଫିନ୍‌ଲାଣ୍ଡ୍‌ର ଟେଲିକମୁନିକେସନ ଗ୍ରୁପ୍‌ ଏହି ବର୍ଷ ଶେଷ ସୁଦ୍ଧା ନେଟ୍‌ୱର୍କ ଏଷ୍ଟାବ୍ଲିସ୍‌ କରିବାର ଯୋଜନା କରିଛି। ତେବେ ସୂଚନା ରହିଛି ଯେ ରକେଟ୍‌ ଜରିଆରେ ଆଗାମୀ କିଛି ବର୍ଷ ମଧ୍ୟରେ ଏହି ନେଟ୍‌ୱର୍କ ଲଞ୍ଚ୍‌ କରାଯିବ।

ନୋକିଆର ପ୍ରିନ୍ସିପାଲ୍‌ ଇଞ୍ଜିନିୟର୍‌ ଲୁଇସ୍‌ ମେଷ୍ଟ୍ରୋ ରୁଇଜ୍‌ ଦେ ଟେମିନୋ କହିଛନ୍ତି ଯେ ଖୁବ୍ ଶୀଘ୍ର ସ୍ପେସ୍‌ ଏକ୍ସ ରକେଟ୍‌ ଜରିଆରେ ଏହି ନେଟ୍‌ୱର୍କ ଲଞ୍ଚ୍‌ ହେବ। ଗତ ମାସ ହୋଇଥିବା ମୋବାଇଲ୍‌ ୱାର୍ଲଡ୍‌ କଂଗ୍ରେସରେ ସେ ଏହି ସୂଚନା ଦେଇଛନ୍ତି। ଏହି ନେଟ୍‌ୱର୍କ ପାଇଁ ଏକ ବେସ୍‌ ଷ୍ଟେସନ୍‌ କରାଯିବ।

Leave a Reply

Your email address will not be published. Required fields are marked *