ଅପରାଧ

ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା

କୋରାପୁଟ: କୋରାପୁଟ ପରଜା ସାହିରେ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବାର ଖବର ମିଳିଛି। ଏହି ମାମଲାରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି। ଏଣେ ଟାଙ୍ଗିଆ ବି ଜବତ କରାଯାଇଛି। ମୃତକ ହେଲେ ରାମପ୍ରସାଦ (୭୦)।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସିନେମା ସାହିରେ ଥିବା ରାମ ପ୍ରସାଦ ନିଜ ଘର ବାରଣ୍ଡାରେ ବସିଥିଲେ। ସେହି ସମୟରେ ଡମୁ ସାକିଆ ନାମକ ଜଣେ ଯୁବକ ତାଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ରାମ ପ୍ରସାଦଙ୍କର ପ୍ରାଣହାନି ଘଟିଥିଲା। ପରେ ଖବର ପାଇ ପୁଲିସ ଅଭିଯୁକ୍ତ ଡମୁ ସାକିଆଙ୍କୁ ଥାନାରେ ଅଟକ ରଖିଛି।

Leave a Reply

Your email address will not be published. Required fields are marked *