ଦେଶ- ବିଦେଶ

ଏୟାର ବେଲୁନରେ ଲାଗିଲା ନିଆଁ :୨ଜଣ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ଆକାଶରେ ଉଡୁଥିବା ଏକ ହଟ ଏୟାର ବେଲୁନରେ ନିଆଁ ଲାଗିଯିବା ହେତୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ନିଆଁ ଲାଗିବା ପରେ ବେଲୁନରେ ଥିବା ଯାତ୍ରୀ ତଳକୁ ଡେଇଁ ପଡ଼ିଥିଲେ। ଏହି ଅଘଟଣରେ ଜଣେ ଶିଶୁ ଜଳି ଯାଇଥିବା ଜଣାପଡ଼ିଛି। ଏହି ଘଟଣା ଟି ଆମେରିକାର ସଟେ ମେକ୍ସିକୋରେ ଘଟିଛି। ଏହାର ଏକ ଭିଡିଓ ବି ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

ମେକ୍ସିକୋ ସରକାର କହିଛନ୍ତି, ‘ନିଆଁ ଲାଗିବା ହେତୁ ବେଲୁନରେ ଥିବା ଯାତ୍ରୀ ସେଥିରୁ ତଳକୁ ଡେଇଁ ପଡ଼ିଥିଲେ। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଏଥିରେ ଥିବା ଜଣେ ଶିଶୁ ନିଆଁରେ ପୋଡି ହୋଇଯିବା ସହିତ ତାର ଗୋଡରେ ବି ଆଘାତ ଲାଗିଛି। ଏହି ବେଲୁନ ଟି ୭୦କିମି ଦୂରରେ ଉଡ଼ୁଥିଲା। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କ ବୟସ ୩୯ବର୍ଷ ଥିବା ବେଳେ ଆଉ ଜଣଙ୍କ ବୟସ ୫୦ବର୍ଷ ଥିବା ଜଣାପଡ଼ିଛି।’ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କେମିତି ଆକାଶରେ ଉଡ଼ୁଥିବା ଏୟାର ବେଲୁନରେ ହଠାତ ନିଆଁ ଲାଗି ଯାଉଛି। ଆଉ ଏହି ନିଆଁକୁ ଦେଖି ସେଥିରେ ବସିଥିବା ଯାତ୍ରୀମାନେ ଭୟରେ ଜୀବନ ବିକଳରେ ଚିତ୍କାର କରିବା ଆରମ୍ଭ କରୁଛନ୍ତି। ଆଉ ଜୀବନ ବଞ୍ଚାଇବାକୁ ତଳକୁ ଡେଇଁ ପଡ଼ୁଛନ୍ତି।

Leave a Reply

Your email address will not be published. Required fields are marked *