ରାଜନୀତି

ଝାରସୁଗୁଡ଼ା ଜିଲ୍ଲା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ସଂକଳ୍ପନାମା ଘୋଷଣା


ଭୁବନେଶ୍ୱର : ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଓଡ଼ିଶାରେ ସରକାର ଗଢିଲେ
ଆଗାମୀ ତା ୧-୬-୨୦୨୪ ରିଖ ଠାରୁ
ଝାରସୁଗୁଡ଼ା ଜିଲ୍ଲା ଏବଂ ଜିଲ୍ଲା ବାସୀଙ୍କ ପାଇଁ ସୁତ୍ରୀ କାର୍ଯ୍ୟକ୍ରମ ଶତପ୍ରତିଶତ ସଫଳତାର ସହ କାର୍ଯ୍ୟକାରୀ ହେବ ବୋଲି ସଭାପତି ରମେଶ ରାଉତ ଜଣାଇଛନ୍ତି l
୧. ଝାରସୁଗୁଡ଼ା ଜିଲ୍ଲାକୁ ଶତପ୍ରତିଶତ ଅପରାଧମୁକ୍ତ ଜିଲ୍ଲାରେ ପରିଣତ କରିବା ।
୨. ସମଗ୍ର ଝାରସୁଗୁଡ଼ା ଜିଲ୍ଲାକୁ ଏକ ପ୍ରଦୂଷଣମୁକ୍ତ ଜିଲ୍ଲାରେ ପରିଣତ କରିବ ।
୩. ସମଗ୍ର ଝାରସୁଗୁଡ଼ା ଜିଲ୍ଲାକୁ ଏକ ସବୁଜ, ଶୀତଳ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟମୟୀ ଜିଲ୍ଲାରେ ପରିଣତ କରିବ।
୪. ସମଗ୍ର ଝାରସୁଗୁଡ଼ା ଜିଲ୍ଲାବାସୀଙ୍କୁ ସେମାନଙ୍କର ଆବଶ୍ୟକ ପର୍ଯ୍ୟାପ୍ତ ସ୍ୱଚ୍ଛଜଳ ଯୋଗାଇଦେବ ।
୫. ସମଗ୍ର ଝାରସୁଗୁଡ଼ା ଜିଲ୍ଲାକୁ ଏକ ଦୁର୍ଘଟଣାମୁକ୍ତ ଜିଲ୍ଲାରେ ପରିଣତ କରାଯିବ।
୬. ସମଗ୍ର ଝାରସୁଗୁଡ଼ା ଜିଲ୍ଲାର ଘରେ ଘରେ ଗୃହିଣୀମାନଙ୍କୁ ମାସିକ ଟ ୧୦୦୦.୦୦(ଏକ ହଜାର ଟଙ୍କା) ଗୃହିଣୀ ଭତ୍ତା ପ୍ରଦାନ କରାଯିବ।
୭. ସମଗ୍ର ଝାରସୁଗୁଡ଼ା ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ ମାସିକ ଟ ୧୦୦୦.୦୦(ଏକ ହଜାର ଟଙ୍କା) ଚିକିତ୍ସା ଭତ୍ତା ପ୍ରଦାନ କରାଯିବ।
୮. ସମଗ୍ର ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଦିବଙ୍ଗତ ପୂର୍ବତନ ପୌର ପ୍ରତିନିଧି ଯଥା ଝାରସୁଗୁଡ଼ା, ବ୍ରଜରାଜନଗର ଏବଂ ବେଲପାହାଡ ପୌର ପରିଷଦର ଦିବଙ୍ଗତ ପୂର୍ବତନ କାଉନସିଲର ମାନଙ୍କର ଉତ୍ତରାଧିକାରୀ ମାନଙ୍କୁ ବାର୍ଷିକ ଟ ୫୦,୦୦୦,୦୦(ପଚାଶ ହଜାର ଟଙ୍କା) ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ।
୯. ସମଗ୍ର ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଜୀବିତ ପୂର୍ବତନ ପୌର ପ୍ରତିନିଧି ଯଥା- ଝାରସୁଗୁଡ଼ା, ବ୍ରଜରାଜ ନଗର ଏବଂ ବେଲପାହାଡ ର ସମସ୍ତ ଜୀବିତ ପୂର୍ବତନ କାଉନସିଲ୍ ର ମାନଙ୍କୁ ମାସିକ ଟ ୧୦,୦୦୦,୦୦(ଦଶ ହଜାର ଟଙ୍କା) ପେନସନ ପ୍ରଦାନ କରାଯିବ।
୧୦. ଝାରସୁଗୁଡ଼ା ଜିଲ୍ଲାର ସାମ୍ବାଦିକ ମାନଙ୍କ ପାଇଁ ଏକ ବାର୍ଷିକ ୩ (ତିନି) କୋଟି ଟଙ୍କାର ଆପଦକାଳୀନ ପାଣ୍ଠି ସୃଷ୍ଟି କରାଯିବ।
୧୧. ଝାରସୁଗୁଡ଼ା ଜିଲ୍ଲାର ଆଇନଜୀବୀ ମାନଙ୍କ ପାଇଁ ମାସିକ ସର୍ବନିମ୍ନ ଟ ୩୦,୦୦୦,୦୦(ତିରିଶ ହଜାର) ଟଙ୍କା ର ମାସିକ ଆୟ ଯୋଜନା କାର୍ଯ୍ୟକାରି ହେବ।
୧୨. ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ବେରୋଜଗାରୀ ୨୫ ରୁ ୩୫ ବର୍ଷର ଯୁବକ ଯୁବତୀ ମାନଙ୍କୁ ବେରୋଜଗା ରୀ ଭତ୍ତା ବା ବେକାରୀ ଭତ୍ତା ଦିଆଯିବ।
୧- ଅଣ୍ଡରମାଟ୍ରିକଙ୍କୁ ମାସିକ ଟ ୩୦୦.୦୦(ତିନିଶହ ଟଙ୍କା)
୨- ମାଟ୍ରିକପାସ ଙ୍କୁ ମାସିକ ଟ ୪୦୦.୦୦(ଚାରିଶହ ଟଙ୍କା)
୩- +୨ ପାସ୍ ଙ୍କୁ ମାସିକ ଟ ୫୦୦.୦୦(ପାଞ୍ଚଶହ ଟଙ୍କା)
୪-+୩ ପାସ୍ ଙ୍କୁ ମାସିକ ଟ ୬୦୦.୦୦(ଛଅଶହ ଟଙ୍କା)
୫- ପୋଷ୍ଟ ଗ୍ରାଜୁଏଟ୍ ମାନଙ୍କୁ ମାସିକ ଟ ୭୦୦.୦୦(ସାତଶହ ଟଙ୍କା)
ବେରୋଜଗାରୀ ଭତ୍ତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି l

Leave a Reply

Your email address will not be published. Required fields are marked *