ଅପରାଧ

ବସ ଧକ୍କାରେ ଯୁବତୀ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ବାରିପଦା ସହର ଗୋଲେଇ ଛକରେ ଏକ ସ୍କୁଟିକୁ ଘରୋଇ ବସ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାଯାଇଛି।ମୃତକ ହେଲେ ରଶ୍ମିତା ବେହେରା । କପ୍ତିପ୍ରଭା ମହାପାତ୍ର ଆହତ ହୋଇଛନ୍ତି। ଉଭୟ ଡାକ ବିଭାଗ କର୍ମଚାରୀ। ଦୁହେଁ ଅଫିସକୁ ଯାଉଥିବା ସମୟରେ ଦୁଲାରୀ ନାମକ ଏକ ବସ ଧକ୍କା ଦେଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି।

Leave a Reply

Your email address will not be published. Required fields are marked *