ରାଜ୍ୟ

ଏସଡିପିଓ ମାନସ ବାରିକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲୁଗାଁ:-ସୋମବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଶାଳିଆ ପ୍ରେସ କ୍ଲବ ପକ୍ଷରୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ଅବସରରେ ଶାଳିଆ ପ୍ରେସ କ୍ଲବ ପକ୍ଷରୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ଶ୍ରୀ ବାରିକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା।ପ୍ରେସ କ୍ଲବ ସଭାପତି ଅଜିତ୍ କୁମାର ସାହୁଙ୍କ ନେତୃତ୍ବରେ ସମସ୍ତ ଉପସ୍ଥିତ ସାମ୍ବାଦିକଙ୍କ ଗହଣରେ ଶ୍ରୀ ବାରିକଙ୍କ ବିଗତ ଦିନର କାର୍ଯ୍ୟଶୈଳୀ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।ଏଥି ସହିତ ତଳ ଦିନେ ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡିଜିପିଙ୍କ ଠାରୁ ପୁରସ୍କାର ପ୍ରାପ୍ତ ଶ୍ରୀ ବାରିକ ନିଜର କର୍ମ ଜୀବନୀ ଉପରେ କହିଥିଲେ। ସେ ଏକାଧାରରେ ସଂପୃକ୍ତି ଅଞ୍ଚଳରେ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ଜଣାଶୁଣା ହୋଇଥିବା ବେଳେ ଜଣେ ଭଲ ଲେଖକ ଓ କବି ଭାବେ ମଧ୍ୟ ପରିଚିତ।ଯାହାକି କର୍ମ ମୟ ଜୀବନ ମଧ୍ୟରୁ କିଛି କିଛି ସମୟ ବାହାର କରି “ଅଣୁଗଳ୍ପ ମାନସା”ଙ୍କ ନାମରେ ଏକ ପୁସ୍ତକ ରଚନା କରିଛନ୍ତି।ବାଲୁଗାଁ ଉପଖଣ୍ଡରେ ଦୀର୍ଘ ୨ବର୍ଷ ୩ମାସ ଚାକିରି ଜୀବନ କାଳରେ ସମସ୍ତଙ୍କର ଅତି ପ୍ରିୟ ସାଜିଥିବା ଶ୍ରୀ ବାରିକଙ୍କ ଅନ୍ୟତ୍ର ବଦଳି ନେଇ ସମଗ୍ର ଅଞ୍ଚଳରେ ଦୁଃଖର ବାତାବରଣ ଖେଳିଯାଇଛି।

Leave a Reply

Your email address will not be published. Required fields are marked *