ରାଜ୍ୟ

ସ୍କୁଲ ଗାଡି ଓଲଟି ୫ଛାତ୍ର ଛାତ୍ରୀ ଆହତ


ନିମାପଡ଼ା : ଆଜି ଠାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନ ରେ ନିମାପଡ଼ା ବ୍ଲକ ଅଞ୍ଚଳ ରେ ଏକ ଅଘଟଣ ଘଟିଛି। ତୁଳସୀପୁର ପଞ୍ଚାୟତ ର ପଥରପଦା ଠାରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ଛାତ୍ର ଛାତ୍ରୀ ମାନଙ୍କୁ ନେବା ଆଣିବା କରୁଥିବା ଏକ ଟାଟା ମ୍ୟାଜିକ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ କୁ ଓଲଟି ପଡ଼ିବାରୁ ଗାଡି ରେ ଥିବା ୫ଜଣ ଛାତ୍ର ଛାତ୍ରୀ ଆହତ ହୋଇ
ଚିକିତ୍ସା ପାଇଁ ଚାରିଛକ ସ୍ଵାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି। ସୂଚନା ମିଳିଛି ଯେ,ଆଜି ବିଦ୍ୟାଳୟ ଛୁଟି ହେବା ପରେ ଏକ ଟାଟା ମ୍ୟାଜିକ ଗାଡି ନଂ ଓ ଡି ୧୧ଇ ୦୫୮୩ ପାଞ୍ଚ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଇଲୋ ଛାଡ଼ିବାକୁ ଯାଉଥିଲା। ଚାରିଛକ
ମହିଳା କଲେଜ ପରେ ଗୋପାଳପୁର ଗାଁପୂର୍ବରୁ ହଠାତ ଗାଡ଼ି ଟି ଭାରସମ୍ୟ ହରାଇ ରାସ୍ତା କଡ ଜୋର କୁ ଓଲଟି ପଡ଼ିଥିଲା। ପଥଚାରୀ ମାନେ ଓଲଟି ପଡିଥିବା ଗାଡି ରୁ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଚାରିଛକ କୁ ନେଇଥିଲେ।
ଖବର ପାଇ ଚାରିଛକ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି
ଦୁର୍ଘଟଣା ଗ୍ରସ୍ତ ଗାଡ଼ି କୁ ଜବତ କରି
ଥାନା କୁ ଆଣିଛି। ଗତ ଦୁଇ ବର୍ଷ ପୂର୍ବେ ଏହି ବିଦ୍ୟାଳୟ ର ଏକ ଗାଡି ଜଳଛତ୍ର ଠାରେ କେନାଲ ମଧ୍ୟକୁ ଓଲଟି ପଡିଥିଲା ଫଳରେ ୮ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଆହତ ହୋଇଥିଲେ। ଘରୋଇ ବିଦ୍ୟାଳୟ ଗୁଡ଼ିକ ର ଛାତ୍ର ଛାତ୍ରୀ ମାନଙ୍କୁ ପରିବହନ ପାଇଁ ସରକାର ଜାରି କରିଥିବା ଗାଇଡ ଲାଇନ କୁ କୌଣସି ଘରୋଇ ବିଦ୍ୟାଳୟ ମାନୁ ନଥିବାରୁ ବିଭିନ୍ନ ସମୟ ରେ ଏପରି ଦୁର୍ଘଟଣା ଘଟି
ଛାତ୍ର ଛାତ୍ରୀ ମାନେ ଆହତ ହେଉଛନ୍ତି। ସ୍ଥାନୀୟ ପୋଲିସ ପ୍ରଶାସନ ସବୁ ଜାଣି ନୀରବ ରହୁ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଖୋଦ୍ ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀ
ରେ ଘରୋଇ ବିଦ୍ୟାଳୟ ଗୁଡ଼ିକ ବିପଦଜନକ ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ପରିବହନ କରୁଥିଲେ ମଧ୍ୟ
ଶିକ୍ଷାବିଭାଗ ନୀରବଦ୍ରଷ୍ଟା ରହୁଥିବାରୁ
ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ପୁରୀ ଜିଲ୍ଲାପାଳ
ଓ ପରିବହନ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *