ଅପରାଧ

ଦୁଇ ସନ୍ତାନଙ୍କୁ ହତ୍ୟା କରିବା ପରେ ବାପା ଓ ମା ଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଛତିଶଗଡର ଯଶପୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ଦିନ ଗୋଟିଏ ଗଛରେ ଝୁଲି ପଡ଼ି ପୂରା ପରିବାର ଜୀବନ ହାରି ଦେଇଛନ୍ତି। ବାପା ଓ ମା’ ନିଜ ପିଲା ଦ୍ବୟକୁ ହତ୍ୟା କରିବା ପରେ ସେମାନେ ବି ଜୀବନ ହାରି ଦେଇଛନ୍ତି।
ଏହି ଜୀବନ ହାରିବା ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଆଉ ୪ଜଣଙ୍କ ମୃତଦେହକୁ ଗଛରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ୪ଜଣଙ୍କ ନାମ ରାଜୁ ରାମ (ବୟସ ୨୮), ତାଙ୍କ ପତ୍ନୀ ଭିନସାରୀ ବାଇ (ବୟସ ୨୨), ପାଞ୍ଚବର୍ଷର ନାବାଳିକା ଦେବନ୍ତି ବାଇ ଓ ଏକ ବର୍ଷର ପୁଅ ଦେବନ ସାଇ ବୋଲି ଜଣାପଡ଼ିଛି।

ପୁଲିସ ଏହି ଘଟଣାକୁ ନେଇ କହିଛି, ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବାକୁ ଗଲେ ଦମ୍ପତି ଜୀବନ ହାରିବା ପୂର୍ବରୁ ପ୍ରଥମେ ନିଜ ଛୁଆଙ୍କୁ ହତ୍ୟା କରିଥିଲେ। ଆଉ ଦୁଇଜଣଙ୍କୁ ଗଛରେ ଟାଙ୍ଗି ନିଜେ ଜୀବନ ହାରି ଦେଇଥିଲେ। ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *