ଦେଶ- ବିଦେଶ

ପାକିସ୍ତାନରେ ଅଙ୍ଗୁର କିଲୋ ୭୫୦

ନୂଆଦିଲ୍ଲୀ: ଏବେ ଚାଲିଛି ପବିତ୍ର ରମଜାନ ମାସ। ଏହି ସମୟରେ ଉପବାସ କରୁଥିବା ଲୋକଙ୍କ ମଧ୍ୟରେ ଫଳର ଚାହିଦା ଖୁବ ବଢିଥାଏ। କିନ୍ତୁ ପାକିସ୍ତାନରେ ମୁଦ୍ରାସ୍ଫୀତି ଏପରି ଅବସ୍ଥା ଯେ ଅଙ୍ଗୁର, କମଳା, ସେଓ ଓ କଦଳୀ ଭଳି ସାଧାରଣ ଫଳ ମଧ୍ୟ ବହୁତ ମହଙ୍ଗା ହୋଇଯାଇଛି। ସୋମବାର ଦିନ ପାକିସ୍ତାନରେ ଅଙ୍ଗୁର ମୂଲ୍ୟ କିଲୋଗ୍ରାମ ପିଛା ୭୦୦ ଟଙ୍କା ରହିଛି। କମଳା ଦର ମଧ୍ୟ କିଲୋଗ୍ରାମ ପିଛା ୫୫୦ ଟଙ୍କା ରହିଥିଲା।
ପାକିସ୍ତାନର ଗ୍ରୋସରୀ ସପିଂ ୱେବସାଇଟ୍ www.cartpk.com ର ଫ୍ରେସ୍-ଫ୍ରୁଟ୍ ବିଭାଗକୁ ଦେଖିଲେ ଜଣାପଡୁଛି ଯେ ପାକିସ୍ତାନରେ ଫଳର ମୂଲ୍ୟ କେତେ ଅଧିକ ରହିଛି। ଆଜି ଏହି ୱେବସାଇଟରେ କଦଳୀ ଡଜନ ପିଛା ୨୫୦ ଟଙ୍କା, ସେଓ ୪୫୦ ଟଙ୍କା କିଲୋଗ୍ରାମ, କମଳା ୫୫୦ ଟଙ୍କା କିଲୋଗ୍ରାମ, ଅଙ୍ଗୁର ୭୦୦ ଟଙ୍କା ଓ ତରଭୁଜ କିଲୋଗ୍ରାମ ପିଛା ୬୫୦ ଟଙ୍କା ରହିଛି। ନଡ଼ିଆ ୩୫୦ ଟଙ୍କାରେ ଉପଲବ୍ଧ ଥିବାବେଳେ ପଇଡ଼ ଦର ୩୦୦ ଟଙ୍କା ରହିଛି।ପାକିସ୍ତାନରେ ପନିପରିବା ଦର ମଧ୍ୟ ଖୁବ ଅଧିକ ରହିଛି। ଏହି ସପିଂ ୱେବସାଇଟ୍ ଅନୁଯାୟୀ ଆଜି ଆଳୁ କିଲେ ୬୦ ଟଙ୍କା ରହିଛି। ପିଆଜ ୧୮୦ ଟଙ୍କା , ଟମାଟୋ ୭୦ ଟଙ୍କା, ଲେମ୍ବୁ ୮୫୦ ଟଙ୍କା, କଞ୍ଚା ମଟରର ମୂଲ୍ୟ ୧୦୦୦ ଟଙ୍କା, ରସୁଣ ୬୪୦ ଟଙ୍କା ଓ ଅଦା ୭୫୦ ଟଙ୍କା କିଲୋଗ୍ରାମରେ ଉପଲବ୍ଧ ରହିଛି। ଗରିବ ଲୋକଙ୍କର ପେଟ ଭରିବା ପାଇଁ ଅଧିକ କିଛି ଦରକାର ନଥାଏ । ଯଦି ସେମାନେ ଅଟା, ଚାଉଳ ଓ ଡାଲି ପାଆନ୍ତି, ତେବେ ସେମାନେ ଆଉ କିଛି ଅଧିକ ଖୋଜନ୍ତି ନାହିଁ । କିନ୍ତୁ ଗରିବମାନେ ମଧ୍ୟ ଯଥାର୍ଥ ମୂଲ୍ୟରେ ତାହା କିଣିବାକୁ ସକ୍ଷମ ନାହାନ୍ତି। ଆଜି ଏହି ୱେବସାଇଟରେ ଅଟାର ଦାମ ୧୭୫ ଟଙ୍କା ରହିଥିଲା। ସେହିଭଳି ସାଧାରଣ ବାସମତି ଚାଉଳର ମୂଲ୍ୟ କିଲୋଗ୍ରାମ ପିଛା ୩୨୫ ଟଙ୍କା ରହିଛି। ସେହିପରି କାବୁଲି ଚଣାର ଦାମ ୪୯୫ ଟଙ୍କା କିଲୋ ଓ ଚଣା ଡାଲିର ମୂଲ୍ୟ ମଧ୍ୟ ୩୦୦ ଟଙ୍କା କିଲୋଗ୍ରାମ ରହିଛି।

Leave a Reply

Your email address will not be published. Required fields are marked *