ବାଣିଜ୍ୟ

ଶସ୍ତା ହେଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଭାରତର ସରଫା ବଜାରରେ ଏପ୍ରିଲ ୩ ତାରିଖରେ ସୁନା ଓ ରୁପା ଦର ହ୍ରାସ ପାଇଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ ମୁତାବକ, ସୋମବାର ଏପ୍ରିଲ ୩ ତାରିଖରେ ୯୯୯ଶୁଦ୍ଧତା ଥିବା ୨୪ କ୍ୟାରେଟ ସୁନା ଦର ୫୯୨୫୧କୁ ଖସି ଆସିଛି। ସେହିପରି ୯୯୯ ଶୁଦ୍ଧତା ରୁପାର ମୂଲ୍ୟ  ୭୧୧୭୩ଟଙ୍କା ରହିଛି।

ଗତ ଶୁକ୍ରବାର ସନ୍ଧ୍ୟାରେ ୨୪ କ୍ୟାରେଟର ୧୦ଗ୍ରାମ ସୁନା ୫୯୭୫୧ ଟଙ୍କା ଥିବା ବେଳେ ସୋମବାର  ଅର୍ଥାତ ଏପ୍ରିଲ ୩ ତାରିଖରେ ଏହା ୫୯୨୫୧ ଟଙ୍କାକୁ ଖସି ଆସିଛି।

ଅଧିକାରିକ ୱେବସାଇଟ ibjarates.com  ଅନୁସାରେ, ଆଜି ସକାଳେ ୯୯୯ଶୁଦ୍ଧତା ସୁନା ପ୍ରତି ୧୦ ଗ୍ରାମ ପିଛା ଦର ହ୍ରାସ ପାଇ ୫୯୦୧୪ଟଙ୍କାକୁ ଖସି ଆସିଥିବା ବେଳେ ୯୧୬ ଶୁଦ୍ଧତା ଥିବା ସୁନା ପ୍ରତି ୧୦ ଗ୍ରାମ ପିଛା ୫୪୨୭୪ଟଙ୍କା ରହିଛି। ସେହିପରି ୭୫୦ ଶୁଦ୍ଧତା ସୁନା ମୂଲ୍ୟ ୪୪୪୩୮ଟଙ୍କା ଓ ୫୮୫ ଶୁଦ୍ଧତା ସୁନା ୩୪୬୬୨ଟଙ୍କାରେ ପହଞ୍ଚିଛି। ଏଥିସହିତ ୯୯୯ ଶୁଦ୍ଧତା ଏକ କିଲୋ ରୁପା ମୂଲ୍ୟ ୭୧୧୭୩ ଟଙ୍କାକୁ ଖସି ଆସିଛି।

 Ibjarates ମୁତାବକ କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା ଛୁଟି ବ୍ୟତୀତ ଶନିବାର ଓ ରବିବାର ସୁନା ଓ ରୁପା ଦର ଜାରି କରାଯାଇ ନଥାଏ। ୨୨ କ୍ୟାରେଟ ଓ ୧୮ କ୍ୟାରେଟର ସୁନା ମୂଲ୍ୟ ଜାଣିବା ପାଇଁ ଗ୍ରାହକ ୮୯୫୫୬୬୪୪୩୩ରେ ମସ କଲ ଦେଇ ପାରିବେ। କିଛି ସମୟ ମଧ୍ୟରେ ଆପଣ ଏସଏମଏସ ଜରିଆରେ ମୂଲ୍ୟ ବିଷୟରେ ସୂଚନା ପାଇ ପାରିବେ। ଏଥିସହିତ ibjarates.comକୁ ଯାଇ ଏହାର ମୂଲ୍ୟ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପାଇ ପାରିବେ।

Leave a Reply

Your email address will not be published. Required fields are marked *