ମୁଖ୍ୟ ଖବର

ହଟ୍ଟଗୋଳ ମଧ୍ୟରେ ଉଭୟ ଗୃହ ବୁଧବାର ଯାଏ ସ୍ଥଗିତ

ନୂଆଦିଲ୍ଲୀ : ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଲଗାତର ଭାବେ ଗୃହରେ ଉତ୍ତେଜନା ଲାଗିରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ସଂସଦର କୌଣସି କାର୍ଯ୍ୟ ହୋଇପାରିନାହିଁ। ସୋମବାର ଗୃହରେ ହଟ୍ଟଗୋଳ ଯୋଗୁ ଲୋକ ସଭା ଓ ରାଜ୍ୟ ସଭାର କାର୍ଯ୍ୟକୁ ଦିନସାରା ସ୍ଥଗିତ ରଖାଯାଇଥିଲା। ସଂସଦର ଉଭୟ ଗୃହର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀ ହଙ୍ଗାମା କରିଥିଲେ। ଅନ୍ୟପଟେ ମଙ୍ଗଳବାର ମହାବୀର ଜୟନ୍ତୀ ଥିବାରୁ ଉଭୟ ଗୃହ ଛୁଟି ରହିବ। ସଂସଦର ପରବର୍ତ୍ତୀ ବୈଠକ ବୁଧବାର ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *