ରାଜ୍ୟ

ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଗଠନ ହେଲା ସବ୍‌କମିଟି

ଭୁବନେଶ୍ୱର,: -ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନ୍‌ସନ ବୃଦ୍ଧି ପାଇଁ କ୍ୟାବିନେଟ୍‌ ସବ୍‌କମିଟି ଗଠନ କରାଯାଇଛି। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସବ୍‌କମିଟିରେ ରାଜସ୍ବ ମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ସଦସ୍ୟ ଅଛନ୍ତି। ସବ୍‌ କମିଟି ବିଧାୟକଙ୍କ ଦରମା ବୃଦ୍ଧି ନେଇ ପରାମର୍ଶଦାତା କମିଟିି ଦେଇଥିବା ସୁପାରିସ୍‌କୁ ଅନୁଧ୍ୟାନ କରିବ। ପରେ ଏହାର ଚୂଡ଼ାନ୍ତ ରିପୋର୍ଟ କମିଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଇବ। ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିବା ପରେ ଏହା ବିଲ୍‌ ଭାବେ ବିଧାନସଭାରେ ଉପସ୍ଥାପନ କରାଯିବ।

Leave a Reply

Your email address will not be published. Required fields are marked *