ଶିକ୍ଷା

ମାଧ୍ୟମିକ ଶିକ୍ଷକଙ୍କୁ ବିଭାଗ ଅପମାନିତ କରୁଛି: ଓଟିଏଫ୍‌

ଭୁବନେଶ୍ୱର,: – ରାଜ୍ୟ ବିକାଶରେ ଶିକ୍ଷକଙ୍କ ଭୂମିକା ସର୍ବାଧିକ ଥିବାବେଳେ ସେମାନଙ୍କୁ ଚୁକ୍ତିଭିିତ୍ତିକ କର୍ମଚାରୀଭାବେ ରଖି ଗଣଶିକ୍ଷା ବିଭାଗ ଅପମାନିତ କରୁଛି ବୋଲି ଓଡ଼ିଶା ଟିଚର୍ସ ଫେଡ଼େରେଶନ(ଓଟିଏଫ୍‌) ପକ୍ଷରୁ କୁହାଯାଇଛି। ରାଜ୍ୟରୁ ଚୁକ୍ତି ଭିିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ନେଇ ଘୋଷଣା ହୋଇଛି। ଘୋଷଣାକୁ ୬ ମାସ ବିତିଯାଇଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ଚୁକ୍ତିଭିିତ୍ତିକ ମାଧ୍ୟମିକ ଶିକ୍ଷକଙ୍କୁ ନିୟମିତ କରିବାରେ ଅହେତୁକ ବିଳମ୍ବ କରୁଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଛାଡ଼ି ଅନ୍ୟ ସମସ୍ତ ପ୍ରାରମ୍ଭିକ ନିଯୁକ୍ତ ସରକାରୀ କର୍ମଚାରୀ ନିୟମିତ ହୋଇସାରିଲେଣି। ବାରମ୍ବାର ଆନ୍ଦୋଳନ, ଧାରଣା, ଅଭିଯୋଗ, ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ବି ବିଭାଗ ନିୟମିତ ନିର୍ଦ୍ଦେଶନାମା ବାହାର କରିବା ବଦଳରେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ବୋଲି ଓଟିଏଫ୍‌ ପକ୍ଷରୁ ପ୍ରଭାକର ଜୟସିଂହ, ଚିରଞ୍ଜନ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଶୀଘ୍ର ନିୟମିତ ଚିଠି ପ୍ରକାଶ କରା ନ ଗଲେ ଶିକ୍ଷକମାନେ ଶ୍ରେଣୀ ଶିକ୍ଷାଦାନ ବର୍ଜନ କରିବେ ବୋଲି ଓଟିଏଫ ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *