ରାଜ୍ୟ

ଅରୁଣ ରଥଙ୍କୁ “ଏକାକାର”ସମ୍ମାନ


ଜଗତସିଂହପୁର -ଏକାକାର ରୌପ୍ୟ ଜୟନ୍ତୀ ଓ ବାର୍ଷିକ ଆକାଶବାଣୀ ଶ୍ରୋତା ସମ୍ମିଳନୀ ଆଦିକବି ସାରଳା ଦାସ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ଏହି ଅବସର ରେ ରାଜ୍ୟସ୍ତରୀୟ “ଏକାକାର” ସମ୍ମାନରେ ଶ୍ରୀ ଅରୁଣ କୁମାର ରଥ (ଟୁନା ଭାଇ)ଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ କରାଯାଇଛି। ଶ୍ରୀଯୁକ୍ତ ରଥ କେବଳ ଜଣେ ଶ୍ରୋତା ଭାବରେ ପରିଚିତ ତା ନୁହେଁ ସେବା କ୍ଷେତ୍ରରେ ବେଶ୍ ପ୍ରଶଂସାର ପାତ୍ର, ଗରିବ ଅସହାୟ ମାନଙ୍କ ବିପଦ ଆପଦ ରେ ଯାଇ ସାହାଯ୍ୟ ହାତ ବଢ଼ାଇ ଥାଆନ୍ତି। କେବଳ ସେତିକି ନୁହେଁ ସେ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟ ନିଷ୍ଟ କର୍ମଚାରୀ ରୂପେ କାର୍ଯ୍ୟରତ । ଏହି ଅବସରରେ ତାଙ୍କୁ ବହୁ ମାନ୍ୟଗନ୍ୟ ବ୍ଯକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *