ରାଜନୀତି

୧୧ନଂ. ଜୋନ ଜିଲା ପରିଷଦର ବିଜେଡି ପ୍ରାର୍ଥୀ ଭାଗୀରଥି

ଗୋପ : ପୁରୀ ଜିଲା ଅନ୍ତର୍ଗତ ଗୋପ -ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନର ଜିଲା ପରିଷଦର ବିଜେଡି ପ୍ରାର୍ଥୀ ଚୟନ କରାଯାଇଛି। ସୋମବାର ରାତି ୯ଟାରେ ଗୋପ ବ୍ଲକ ଅନ୍ତର୍ଗତ ମଦରଙ୍ଗ ନିକଟସ୍ଥ ନୀଳକଣ୍ଠେଶର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ବିଜେଡିର ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡି ପ୍ରାର୍ଥୀ ଭାବେ ଭାଗୀରଥି ସେନାପତିଙ୍କ ନାମ ଘୋଷଣା କରିଛନ୍ତି। ଭାଗୀରଥି ସେନାପତି ରବିବାର କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ବେଳେ ସୋମବାର ବିଜେଡିରେ ନିଜ କର୍ମୀଙ୍କ ସହ ଯୋଗଦେଇଥିଲେ। ପ୍ରକାଶ ଯେ, ଏହି ୧୧ ନମ୍ବର ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ମେ ୨ରେ ଉପନିର୍ବାଚନ ହେବ ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା। ତାରିଖ ଘୋଷଣା ପରେ ବିଜେଡି, ଭାଜପାଓ କଂଗ୍ରେସ ଦଳ ମଧ୍ୟରେ ଏକ ପ୍ରକାର ପ୍ରାର୍ଥୀ ହେବା ପାଇଁ ଟଣାଓଟରା ଆରମ୍ଭ ହୋଇଥିଲା। କଂଗ୍ରେସର ସେତେଟା ଭଲ ସ୍ଥିତି ନ ଥିବାରୁ ବରିଷ୍ଠ କଂଗ୍ରେସ କର୍ମୀ ପ୍ରମୋଦ କୁମାର ରାୟ ଦଳରୁ ଇସ୍ତଫା ଦେଇ ଭାଜପାରେ ଯୋଗଦେଇ ଦଳ ପକ୍ଷରୁ ଲଢ଼ିବାକୁ ସ୍ଥିର ହୋଇଥିଲା। ଏବେ ଭାଗୀରଥି ସେନାପତି ଗତ ଜିଲା ପରିଷଦ ନିର୍ବାଚନରେ କଂଗ୍ରେସରୁ ଲଢ଼ୁଥିବା ବେଳେ ଏବେ ଶତାଧିକ କର୍ମୀଙ୍କୁ ନେଇ ବିଜେଡିରେ ଯୋଗଦେଇଥିବା ବେଳେ ବିଜେଡି ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବେ। ଏପଟେ କଂଗ୍ରେସ ପ୍ରାର୍ଥୀ ନ ପାଇ ଜଣେ ଯୁବକଙ୍କୁ କେବଳ ସମ୍ମାନ ରକ୍ଷା କରିବା ପାଇଁ ପ୍ରାର୍ଥୀ ମନୋନୟନ କରିଛି। ସେ ଯାହାହେଉ ବିଜେଡି ଦଳର ତଥା ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଶେଷ ସମୟରେ ଗୋଟିଚାଳନା ଏବେ ଆଗଧାଡିର ଦୁଇ ଦଳକୁ ଚକମା ଦେବା ସହିତ ବିପୁଳ ଭୋଟ ବ୍ୟବଧାନରେ ବିଜେଡିର ଭାଗୀରଥି ବିଜୟୀ ହେବ ବୋଲି ଜଣାପଡିଛି। ସେପଟେ ଭାଜପା କିଛିଟା ଆଗରେ ଥିବା ସମୟରେ କଂଗ୍ରେସ କେବଳ ଦଳର ସମ୍ମାନ ରକ୍ଷା କରିବା ପ୍ରୟାସରେ ରହିଛି। ବିଜେଡି ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ଦାଶ ଯୋଗ ଦେଇ ନବୀନ ପଟ୍ଟନାୟକ ବିକାଶର ଚିନ୍ତା ଧାରା ସହ ଗାଁରେ ବିକାଶର ଚିତ୍ରରେ ଭୋଟ ଆମ ପ୍ରାର୍ଥୀଙ୍କୁ ୯ଟି ପଞ୍ଚାୟତରେ ରହିଥିବା ୧୨୫ ଖଣ୍ତ ୮୦ଭାଗ ମିଳିବ ବୋଲି ସୂଚନା ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କୃଷ୍ଣଚନ୍ଦ୍ର ବେହେରା, କାର୍ତ୍ତିକ ଚନ୍ଦ୍ର ବେହେରା, ଗନ୍ଧର୍ବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶତାଧିକ କର୍ମୀ ବିଜେଡିରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *