ମହାନଗର

ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ଆକ୍ରମଣ କରି ସେବାୟତ ଗିରଫ

ଭୁବନେଶ୍ବର: ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ଜଣେ ସେବାୟତ ଆକ୍ରମଣ କରିଥିବା ନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ସେବାୟତ ମୁକ୍ତିକାନ୍ତ ବଟୁ (୫୦)କୁ ଗିରଫ କରିଛି। ଅଭିଯୁକ୍ତ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ପୁରୁଣାସାହିର ବଡୁସାହି ନିବାସୀ।

ଭୁବନେଶ୍ବରର ଏକାଗ୍ରତା ଡ୍ୟାନ୍ସ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ପ୍ରତ୍ୟାଶା ବାରିକ ଓ ସେମାନଙ୍କ ନୃତ୍ୟ ଦଳରେ ସାମିଲ ଥିବା ସୁନୀଲ, ଶ୍ରେୟା, ବିନି, ଦୀପା, ମିଟୁ, ପ୍ରାର୍ଥନା, ଶୁଭ୍ରା, ପିଙ୍କୁ ଏକାମ୍ରକ୍ଷେତ୍ରର ମୁକ୍ତେଶ୍ୱର ମନ୍ଦିର ପରିସରରେ ଏପ୍ରିଲ ୩ ତାରିଖ ସକାଳୁ ଫଟୋସୁଟ୍ କରୁଥିଲେ। ଏହି ସମୟରେ ବସୁଦେବ ନାମରେ ଜଣେ ବ୍ୟକ୍ତି ଓ ଅନ୍ୟ ଜଣେ କର୍ମଚାରୀଙ୍କ ସମେତ ସେବାୟତ ମୁକ୍ତିକାନ୍ତ ବଟୁ ନୃତ୍ୟଶିଳ୍ପୀଙ୍କୁ ମନ୍ଦିରରେ ଆକ୍ରମଣ କରିଥିଲେ। ଓଡ଼ିଶୀ ନୃଶ୍ୟଶିଳ୍ପୀମାନଙ୍କୁ ମାଡ଼ହେଉଥିବାର ଦୃଶ୍ୟର ପ୍ରାର୍ଥନା ବେହେରା ମୋବାଇଲ ଫୋନ୍‌ରେ ଫଟୋ ଉଠାଉଥିଲେ। କିନ୍ତୁ ମୁକ୍ତିକାନ୍ତ ବଟୁର ଜଣେ ସହଯୋଗୀ ପ୍ରାର୍ଥନା ବେହେରାଙ୍କ ଠାରୁ ମୋବାଇଲ ଛଡ଼େଇ ନେଇ ଏହାକୁ ଫିଙ୍ଗି ଦେଇଥିଲେ। ଘଟଣା ସଂପର୍କରେ ପୁଲିସ ନିକଟରେ ସୂଚନା ନଦେବାକୁ ଧମକ ମଧ୍ୟ ଦେଇଥିଲେ।

ତେବେ ସେବାୟତ ଜଣକ ଅଭଦ୍ର ଭାଷାରେ ଗାଳିଗୁଳଜ କରିବା ସହ ମାଡ଼ ମାରୁଥିବାର ଭିଜୁଆଲ ଭାଇରାଲ ହୋଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

One thought on “ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ଆକ୍ରମଣ କରି ସେବାୟତ ଗିରଫ

  • Bima Chronicle

    Very serious issue for police commisionarate to look in to .

    Reply

Leave a Reply

Your email address will not be published. Required fields are marked *