ରାଜ୍ୟ

ଆମ ଚଇତାଳି lର ତୃତୀୟ ସନ୍ଧ୍ୟାରେ କଥକ ଓ ସମ୍ବଲପୁରୀ ନୃତ୍ୟ

ନିମାପଡା : ନିମାପଡା ପ୍ରେସ କ୍ଲବ ଦ୍ବାରା ଆୟୋଜିତ ବସନ୍ତର ପର୍ବ ଆମ ଚଇତାଳିର ଆଜି ତୃତୀୟ ସନ୍ଧ୍ୟାର ପ୍ରଥମ ଚରଣରେ କଲିକତାର ଗୁରୁ ସୈାରଭ ରାୟ ଏବଂ ଗୃପର କଥକ ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ଓ ମନ ମୁଗ୍ଧକର ହୋଇଥିଲା।ଦ୍ବିତୀୟ ଚରଣରେ ବଲାଙ୍ଗୀର ସଙ୍ଗୀତ ସାଧନା ନୃତ୍ୟାନୁଷ୍ଠାନର ଗୁରୁ ଶଙ୍କର ପ୍ରସାଦ ବେହେରା ଓ ସାଥିମାନଙ୍କ ଦ୍ବାରା ପରିବେଷିତ ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ଦର୍ଶକମାନେ ବେଶ ବିଭୋର ହୋଇ ଉଠିଥିଲେ।ନିମାପଡ଼ା ମୁକ୍ତାକାଶ ମଞ୍ଚରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ତୃତୀୟ ସନ୍ଧ୍ୟାର ଅତିଥି ଥିଲେ ଆଇନଜୀବୀ ବ୍ରହ୍ମାନନ୍ଦ ପ୍ରଧାନ, ସମାଜସେବୀ ଦିଲିପ ନାୟକ,ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ,ଅଶୋକ ଦାସ, ସମିତି ସଭ୍ୟ ରଞ୍ଜନ ସେଠୀ,ସନ୍ଧ୍ୟା ରାଣୀ ରଥ,ତିଳୋତ୍ତମା ବାରିକ, କାଉନସିଲର ଟିକିନା ପଣ୍ଡା,ପ୍ରେସ କ୍ଲବ ଉପସଭାପତି ଅଶୋକ ବେହେରା ଓ ପୂର୍ବତନ ସଭାପତି ବିଚିତ୍ରାନନ୍ଦ ସାହୁ।ଏହି ଅବସରରେ ଗୋପ ସୁରକ୍ଷା ମଞ୍ଚ ସଭାପତି ସଚ୍ଚିଦାନନ୍ଦଗୋଛାୟତ,ବାଲୁକାଶିଳ୍ପୀ ଶ୍ରୀଚରଣ ରାଉତ ଓ ସମାଜସେବୀ ଶ୍ବେତପର୍ନ ରାୟମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ନିରଞ୍ଜନ ପଳତା ଓ ପ୍ରଜ୍ଞାପାରମିତା ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରେସ କ୍ଲବର ସମସ୍ତ ସଦସ୍ୟ/ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *