ମୁଖ୍ୟ ଖବର

ଥାନା ଭିତରେ ଛୁରା ମାଡ଼

ବୈପାରିଗୁଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଥାନା ଭିତରେ ଛୁରା ମାଡ଼ ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଘଟଣା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଘୁମର ପଞ୍ଚାୟତର ଥାଟୁଗୁଡା ଗ୍ରାମର ଖଗପତି ଗାଦବା (୪୦)ଙ୍କ ସହ ଘୁମର ଗ୍ରାମର ଗୈାର ହରିଜନ (୧୯)ଙ୍କ ମଧ୍ୟରେ ଭଲିବଲ୍ ଖେଳକୁ ନେଇ କିଛି ମାସ ପୂର୍ବରୁ ବଚସା ହୋଇଥିଲା। ତେବେ ସୋମବାର ଖଗପତି ଏବଂ ଗୈାର ବୈପାରିଗୁଡାର ଏକ ଜଳଖିଆ ଦୋକାନରେ ଜଳଖିଆ ଖାଉଥିବା ବେଳେ କୈାଣସି କାରଣକୁ ନେଇ ପୁଣିଥରେ ବଚସା ହୋଇଥିଲା। ଖଗପତି ଉତ୍ୟକ୍ତ ହୋଇ ଏକ ଠେଙ୍ଗାରେ ଗୈାରକୁ ଆକ୍ରମଣ କରିଥିଲା। ଯାହାଫଳରେ ଗୈାରର ମୁଣ୍ଡ ଫାଟି ଯାଇଥିଲା। ଏହାକୁ ନେଇ ଗୈାର ବୈପାରିଗୁଡା ଥାନାରେ ଏତଲା ଦେଇଥିଲେ। ପୁଲିସ ଖଗପତିକୁ ଥାନାକୁ ଆଣି ଅଟକ ରଖିଥିଲା।ତେବେ ଆଜି ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଦୁହେଁ ଥାନାକୁ ଆସିଥିଲେ। ଆପୋଷ ବୁଝାମଣା ପାଇଁ କଥାବାର୍ତ୍ତା ଚାଲିଥିବା ବେଳେ ଗୈାର ହଠାତ୍ ଖଗପତିକୁ ଛୁରାରେ ଆକ୍ରମଣ କରିଥିଲା। ପ୍ରଥମ ଥର ଆକ୍ରମଣରେ ଖଗପତିର ପାପୁଲି ଏବଂ ବାହୁରେ ଆଘାତ ଲାଗିଥିବା ବେଳେ ଦ୍ବିତୀୟ ଥର କରିଥିବା ଆକ୍ରମଣରେ ପିଠିରେ ଗଭୀର ଆଘାତ ହୋଇଥିଲା। ତେବେ ଗୈାରକୁ କାବୁ କରାଯିବା ସହ ଆହତ ଖଗପତିକୁ ବୈପାରିଗୁଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଖଗପତିକୁ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଗୈାରକୁ ଗିରଫ କରିଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଛି। ତେବେ ବୈପାରିଗୁଡା ଥାନା ଭିତରେ ଏଭଳି ଛୁରା ମାଡ଼ ଘଟଣା ପ୍ରଥମଥର ପାଇଁ ଘଟିଥିବାରୁ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *