ବାଣିଜ୍ୟ

ଏସିଆର ନଂ.୧ ଧନୀ ହେଲେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀ ପୁଣି ଥରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ମଙ୍ଗଳବାର ପ୍ରକାଶିତ କୋଟିପତିଙ୍କ ତାଲିକାରେ ଫୋର୍ବସ ଏହି ସୂଚନା ଦେଇଛି । ୬୫ ବର୍ଷୀୟ ଅମ୍ବାନୀ ୮୩.୪ ବିଲିୟନ ଡଲାର ସମ୍ପତ୍ତି ସହ ବିଶ୍ୱର ନବମ ଧନୀ ବ୍ୟକ୍ତି ଅଟନ୍ତି । ତେବେ ମୁକେଶଙ୍କ ପ୍ରତିଦ୍ବନ୍ଦୀ ଗୌତମ ଆଦାନୀ ୨୭ ତମ ସ୍ଥାନକୁ ଖସି ଆସିଛନ୍ତି ।

ଫୋର୍ବସ କହିଛି ଯେ ଆଦାନୀଙ୍କ ସମ୍ପତ୍ତି ବର୍ତ୍ତମାନ ୪୩ ବିଲିୟନ ଡଲାର ଏବଂ ଅମ୍ବାନୀଙ୍କ ପରେ ସେ ଦ୍ୱିତୀୟ ଧନୀ ଭାରତୀୟ ଅଟନ୍ତି ।

ଫୋର୍ବସ ରିୟଲ ଟାଇମ୍ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ଗତ ୨୪ ଘଣ୍ଟା ମଧ୍ୟରେ ୯୮୭୮ କୋଟି ଟଙ୍କାରୁ ଅଧିକ ହ୍ରାସ ପାଇଛି। ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ଯୋଗୁଁ ତାଙ୍କ ସମ୍ପତ୍ତି ୪୩.୧ ବିଲିୟନ ଡଲାରକୁ ଖସି ଆସିଛି। ହିଣ୍ଡନବର୍ଗ ରିପୋର୍ଟ ଆସିବା ପରଠାରୁ ସମ୍ପତ୍ତିରେ ହ୍ରାସ ଘଟିଛି।

ଫୋବସ ତାଲିକା ଅନୁଯାୟୀ ଶିବ ନାଦର ହେଉଛନ୍ତି ତୃତୀୟ ଧନୀ ଭାରତୀୟ। ସାଇରସ୍ ପୁନାୱାଲା ଦେଶର ଚତୁର୍ଥ ଧନୀ ବ୍ୟକ୍ତି ଅଛନ୍ତି । ଇସ୍ପାତ ବ୍ୟବସାୟୀ ଲକ୍ଷ୍ମୀ ମିତ୍ତଲ ପଞ୍ଚମ, ଓପି ଜିନ୍ଦଲ ଗ୍ରୁପର ସାବିତ୍ରୀ ଜିନ୍ଦଲ ଷଷ୍ଠ, ସନ୍ ଫାର୍ମାର ଦିଲୀପ ସାଙ୍ଘଭି ସପ୍ତମ ଓ ଡିମାର୍ଟର ରାଧାକୃଷ୍ଣ ଦାମାନି ଅଷ୍ଟମ ସ୍ଥାନରେ ରହିଛନ୍ତି।

Leave a Reply

Your email address will not be published. Required fields are marked *