ମନୋରଞ୍ଜନ

ରାଜନେତାଙ୍କୁ କଦାପି ବାହା ହେବିନି

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ ଆଦମି ପାର୍ଟି ନେତା ରାଘବ ଚଢ଼ାଙ୍କ ସମ୍ପର୍କ ନେଇ କିଛି ଦିନ ହେଲା ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସେମାନେ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ଏବେ ଦିଲ୍ଲୀରେ ସେମାନଙ୍କ ନିର୍ବନ୍ଧର ପ୍ରସ୍ତୁତି ଜୋରସୋର ଚାଲିଛି। ଏହି ସମୟରେ ପରିଣୀତିଙ୍କ ଏକ ପୁରୁଣା ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ସେ ନିଜ ଭାବୀ ଜୀବନସାଥୀଙ୍କ ଗୁଣ ବିଷୟରେ ଚର୍ଚ୍ଚା କରିଥିଲେ। ସେଥିରେ ସେ ରୋକଠୋକ କହିଥିଲେ ଯେ ସେ କୌଣସି ରାଜନେତାଙ୍କୁ ବିବାହ କରିବାକୁ ଚାହାଁନ୍ତି ନାହିଁ।ଅନେକ ଭଲ ରାଜନେତା ପାତ୍ର ଥିଲେ ବି ସେ କେବେହେଲେ କୌଣସି ରାଜନେତାଙ୍କୁ ବିବାହ କରିବେ ନାହିଁ। ଭାବୀ ଜୀବନସାଥୀଙ୍କ ଠାରେ ଯେଉଁ ଗୁଣଗୁଡ଼ିକ ଥିବା ଗୁରୁତ୍ବପୂର୍ଣ୍ଣ ସେଗୁଡ଼ିକ ହେଲା- ସେ ମଜାଳିଆ ହୋଇଥିବେ, ବହୁତ ଭଲ ବାସୁଥିବେ ଓ ତାଙ୍କୁ ସମ୍ମାନ ଦେଉଥିବେ। ସେ ଯାହାଙ୍କୁ ବିବାହ କରିବେ ସେ ନିଜସ୍ବ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିବା ଜରୁରୀ ବୋଲି କିଛି ବର୍ଷ ତଳର ସାକ୍ଷାତକାରରେ ପରିଣୀତି ପ୍ରକାଶ କରିଥିଲେ। ଉଲ୍ଲେଖନୀୟ କଥା ହେଲା ୟୁନାଇଟେଡ୍‌ କିଙ୍ଗଡମ୍‌ରେ ପଢୁଥିବା ସମୟରୁ ସେମାନେ ପରସ୍ପରଙ୍କୁ ଜାଣନ୍ତି। କିନ୍ତୁ ଏ ଭିତରେ ପରିଣୀତି ନିଜ ମନ ବଦଳାଇ ରାଜନେତା ରାଘବ ଚଢ଼ାଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ଏହାକୁ ଲକ୍ଷ୍ୟ କରି ଜଣେ ମନ୍ତବ୍ୟ ଦେଇଛନ୍ତି, କୌଣସି କଥା କଦାପି କରିବି ନାହିଁ ବୋଲି କଦାପି କୁହ ନାହିଁ।

Leave a Reply

Your email address will not be published. Required fields are marked *