ରାଜ୍ୟ

ବାଣପୁର ବ୍ଲକରେ ନୂତନ ବିଡ଼ିଓ ଶୀତଲ ଅଗ୍ରୱାଲ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଏଏସ ଅଧିକାରିଣୀ ଶୀତଲ ଅଗ୍ରୱାଲ । ଶ୍ରୀମତୀ ଅଗ୍ରୱାଲ ଏହା ପୁର୍ବରୁ ନୟାଗଡ଼ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ । କାର୍ଯ୍ୟରେ ଯୋଗଦେବା ପରେ ବାଣପୁର ବ୍ଲକର ସମସ୍ତ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ । ତେବେ ବାଣପୁର ବ୍ଲକରେ ଜନ ଅଭିଯୋଗ ଏବଂ ୫-ଟି ବ୍ୟବସ୍ଥା ଶତ ପ୍ରତିଶତ ଲାଗୁ କରିବା ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି ନୂତନ ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ । ଅନୁରୂପ ଭାବେ ବାଣପୁର ବ୍ଲକ ର ଦୁଇ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଯଥା ନୀଳାଦ୍ରିପ୍ରସାଦ ଏବଂ ଦାମିଆ ବରବରା ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତିକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ଶ୍ରୀମତୀ ଅଗ୍ରୱାଲ । ସୂଚନା ଥାଉକି ନିକଟରେ ବାଣପୁର ବ୍ଲକ ପୂର୍ବତନ ବିଡିଓ ବୁଲବୁଲ ବେହେରାଙ୍କ ବାଲିପାଟଣା ତହସିଲଦାର ଭାବେ ବଦଳି ହୋଇଥିଲା ।

Leave a Reply

Your email address will not be published. Required fields are marked *