ରାଜନୀତି

ନବୀନଙ୍କୁ ନିନ୍ଦା କଲା ଆଇସିପି, ପୋଲିସ ଅନିତାଙ୍କୁ ଗିରଫ ଦାବି


ଭୁବେଶ୍ବର : ମହିଳା ଆଇଆଇସି ଅନିତା ପ୍ରଧାନ ପ୍ରଥମେ ବିରୋଧୀ ଦଳ ନେତା ଜୟନାରାୟଣଙ୍କ ଉପରେ ଆକ୍ରମଣ କରିଥିବାରୁ ଜୟନାରାୟଣ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରିଥିବାର ଟିଭି ପରଦାରେ ଦେଖାଯାଉଛି। ତେଣୁ ପଥମେ ଧନୁପାଲି ଥାନା ଆଇଆଇସି ଅନିତା ପ୍ରଧାନଙ୍କୁ ଗିରଫ କରିବା ସହିତ ସମ୍ବଲପୁର ଏସପିଙ୍କୁ ଭେଟିଥିବା ମହିଳା ପୋଲିସ ମାନଙ୍କୁ ଚାକିରିରୁ ନିଲମ୍ବିତ କରିବାକୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି ସଭାପତି ଓଡ଼ିଶା ହାଇକୋର୍ଟର ଆଡଭୋକେଟ ତଥା ଗୁପ୍ତଚର ସାପ୍ତାହିକୀର ସମ୍ପାଦକ ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି। ଓଡ଼ିଆ ଦୈନିକ ସକାଳ ଏବଂ ନନ୍ଦିଘୋଷ ଟିଭି ବିଜୁ ଜନତା ଦଳର ମୁଖପତ୍ର ସାଜି ବିଜୁ ଜନତା ଦଳର ଡିଣ୍ଡିମ ପିଟୁଛନ୍ତି । ସେମାନଙ୍କୁ ବର୍ଜନ କରିବାକୁ ଓଡ଼ିଶାବାସୀଙ୍କୁ ନିବେଦନ। ନନ୍ଦିଘୋଷ ଟିଭି ନଦେଖିବାକୁ ଏବଂ ସକାଳ ଖବର କାଗଜ ନପଢ଼ିବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *