ଦେଶ- ବିଦେଶ

ସତ୍ୟେନ୍ଦ୍ର ଜୈନ୍‌ଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିପାରନ୍ତି କହି ଆଜି ଦିଲ୍ଲୀ ହାଇକୋର୍ଟ ଜେଲ୍‌ରେ ଥିବା ‘ଆପ୍’ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ୨୦୨୨ ମେ’ରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ଦ୍ବାରା ଗିରଫ ହୋଇଥିଲେ। ନଭେମ୍ବର ମାସରେ ବି ସେ ଜାମିନ ପାଇଁ ଆବେଦନ କରିଥିଲେ, କିନ୍ତୁ ଟ୍ରାଏଲ୍‌ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ।

ସତ୍ୟେନ୍ଦ୍ରଙ୍କ ସହିତ ଏହି ମାମଲାରେ ଆଉ ଦୁଇଜଣଙ୍କ ଅଭିଯୁକ୍ତ ବୈଭବ ଜୈନ ଓ ଅଙ୍କୁଶ ଜୈନ୍‌ଙ୍କ ଜାମିନ ଆବେଦନ ମଧ୍ୟ ଅଦାଲତ ଖାରଜ କରି ଦେଇଛନ୍ତି। ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ’ ଜାମିନ ପାଇଁ ଥିବା ଦୁଇଟି ସର୍ତ୍ତ ଏହି ୩ ଆବେଦନକାରୀ ରକ୍ଷା କରିପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ଦିଲ୍ଲୀ ହାଇକୋର୍ଟର ବିଚାରପତି ଦିନେଶ କୁମାର ଶର୍ମା କହିଛନ୍ତି ଯେ, ଜୈନ୍‌ ଜଣେ ପ୍ରଭାବଶାଳୀ ବ୍ୟକ୍ତି। ସେ ଯେ, ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ’ରେ ଜାମିନ ପାଇଁ ଥିବା ଯୁଗ୍ମ ସର୍ତ୍ତାବଳିରେ ସନ୍ତୁଷ୍ଟ ହୋଇଯିବେ ତାହା କୁହାଯାଇ ପାରିବ ନାହିଁ। ସେ ପ୍ରମାଣ ଜାଲିଆତି ବା ନଷ୍ଟ କରି ପାରନ୍ତି।

ଦିଲ୍ଲୀ ହାଇକୋର୍ଟ ଜାରି କରିଥିବା ଆଦେଶରେ ଉଲ୍ଲେଖ ଅଛି, ସିଧା କଥା ହେଲା ‘ସିବିଆଇ’ ହିସାବ ବହିର୍ଭୂତ ସମ୍ପତ୍ତି ମାମାଲା ଦାଏର କରିଛି। ସାମ୍ପ୍ରତିକ ଅଦାଲତ ଏହି ମାମଲାରେ ବୈଧ୍ୟତା ଯାଞ୍ଚ କରିପାରିବେ ନାହିଁ। ଅଦାଲତ କେବଳ ଏହି ମାମଲାର ସତ୍ୟତାକୁ ହିଁ ଦେଖିବ।

Leave a Reply

Your email address will not be published. Required fields are marked *