ମନୋରଞ୍ଜନ

ସାମ୍ନାକୁ ଆସିଲା ପରିଣୀତି ଓ ରାଘବଙ୍କ ନିର୍ବନ୍ଧର ତାରିଖ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ ଆଦମି ପାର୍ଟି ନେତା ରାଘବ ଚଢ଼ାଙ୍କ ସମ୍ପର୍କ ନେଇ କିଛି ଦିନ ହେଲା ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସେମାନେ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ତେବେ ଏହାରି ଭିତରେ ଉଭୟଙ୍କ ନିର୍ବନ୍ଧ ତାରିଖ ସାମ୍ନାକୁ ଆସିଛି | ରିପୋର୍ଟ ମୁତାବକ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଏହି ସପ୍ତାହରେ ଅର୍ଥାତ୍ ୧୦ ଏପ୍ରିଲରେ ହେବାକୁ ଯାଉଛି | ଖବର ଅନୁଯାୟୀ, ଦିଲ୍ଲୀରେ ଏକ ରିସୋର୍ଟରେ ଉଭୟଙ୍କ ନିର୍ବନ୍ଧ ହୋଇପାରେ | ଏଥିରେ ପରିଣୀତି ଓ ରାଘବଙ୍କ କିଛି ନିକଟ ସମ୍ପର୍କୀୟ ହିଁ ସାମିଲ ହେବେ | ନିର୍ବନ୍ଧ ପରେ ଉଭୟ ନିଜ ସମ୍ପର୍କ ବାବଦରେ ଖୁଲାସା କରିବେ ବୋଲି କୁହାଯାଉଛି |କୁହାଯାଉଛି ଯେ ନିର୍ବନ୍ଧ କାର୍ଯ୍ୟକ୍ରମରେ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ହିଁ ଅଂଶଗ୍ରହଣ କରିବେ | ଉଲ୍ଲେଖ ଥାଉ କି କିଛି ଦିନ ତଳେ ପରିଣୀତିଙ୍କ ସାଙ୍ଗ ତଥା ଗୀତିକାର ହାର୍ଡି ସନ୍ଧୁ କହିଥିଲେ ଯେ ପରିଣୀତି ଓ ରାଘବ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି | ହାର୍ଡି ସନ୍ଧୁ କହିଥିଲେ, ‘ପରିଣୀତି ଶେଷରେ ତାଙ୍କ ଜୀବନରେ ଆଗକୁ ବଢ଼ିଛନ୍ତି, ବିବାହ କରିବାକୁ ଚିନ୍ତା କରିଛନ୍ତି। ଏଥିପାଇଁ ମୁଁ ବହୁତ ଖୁସି। ମୁଁ ତାଙ୍କୁ ଶୁଭକାମନା ଜଣାଉଛି।’ ସେହିପରି ଆପ୍ ସାଂସଦ ସଞ୍ଜୀବ ଆରୋରା ମଧ୍ୟ ଟ୍ବିଟ କରି ପରିଣୀତି ଓ ରାଘବଙ୍କ ସମ୍ପର୍କକୁ ନେଇ ଶୁଭେଚ୍ଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *