ଦେଶ- ବିଦେଶ

ଖବରକାଗଜରେ ‘ବେଟିଂ ବିଜ୍ଞାପନ’ ପ୍ରକାଶ ନ କରିବାକୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ତଥା ମୁଖ୍ୟସ୍ରୋତର କିଛି ଇଂରାଜୀ ଓ ହିନ୍ଦୀ ଖବରକାଗଜରେ ‘ବେଟିଂ ବିଜ୍ଞାପନ’ ଭଳି ପ୍ରଚାରମୂଳକ ବିଷୟବସ୍ତୁ ପ୍ରକାଶ ପାଇବାର କିଛି ଦିନ ପରେ ସରକାର ଗୁରୁବାର ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ପ୍ରକାଶ ନ କରିବାକୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଚେତାବନୀ ଦେଇଛନ୍ତି।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିକଟରେ ଦେଶର କିଛି ମୁଖ୍ୟସ୍ରୋତର ଇଂରାଜୀ ଓ ହିନ୍ଦୀ ଖବରକାଗଜରେ ବେଟିଂ ୱେବସାଇଟର ବିଜ୍ଞାପନ ଏବଂ ପ୍ରଚାର ବିଷୟବସ୍ତୁ ପ୍ରସାରଣ ଘଟଣାକୁ ନେଇ ତୀବ୍ର ଆପତ୍ତି ଉଠାଇଛି। ଏଘଟଣା ଦୃୃଷ୍ଟିଗୋଚର ହେବାପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଆଡଭାଇଜରି ଜାରି କରି ଗଣମାଧ୍ୟମ ସଂସ୍ଥା, ମିଡିଆ ପ୍ଲାଟଫର୍ମ ଏବଂ ଅନଲାଇନ୍‌ ବିଜ୍ଞାପନ ମଧ୍ୟସ୍ଥିମାନଙ୍କୁ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ କିମ୍ବା ପ୍ରଚାର ବିଷୟବସ୍ତୁ ପ୍ରସାରଣରୁ ନିଜକୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।

ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ଖବରକାଗଜ, ଟେଲିଭିଜନ ଚ୍ୟାନେଲ ଏବଂ ଅନଲାଇନ୍‌ ସମ୍ବାଦ ପ୍ରକାଶକଙ୍କ ସମେତ ଗଣମାଧ୍ୟମର ସମସ୍ତ ଫର୍ମାଟ ଉଦ୍ଦେଶ୍ୟରେ ଏହି ଆଡଭାଇଜରି ଜାରି କରାଯାଇଛି ଏବଂ ନିକଟ ଅତୀତରେ ଗଣମାଧ୍ୟମରେ ଏଭଳି ବିଜ୍ଞାପନ ପ୍ରକାଶ ପାଇଥିବାର ନିର୍ଦ୍ଦିଷ୍ଟ ଉଦାହରଣ ଦିଆଯାଇଛି।

ଏକ ନିର୍ଦ୍ଦିଷ୍ଟ ବେଟିଂ ପ୍ଲାଟଫର୍ମ ଦ୍ୱାରା ଦର୍ଶକଙ୍କୁ ଏହାର ୱେବସାଇଟରେ ଏକ କ୍ରୀଡ଼ା ଲିଗ୍‌ ଦେଖିବାକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ମନ୍ତ୍ରାଳୟ ଆପତ୍ତି ଉଠାଇଛି; ଯାହା ପ୍ରାଥମିକ ଦୃଷ୍ଟିରୁ କପିରାଇଟ୍‌ ଆଇନ, ୧୯୫୭ର ଉଲ୍ଲଂଘନ କରିଥିବା ଜଣାପଡ଼ୁଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ପ୍ରେସ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ସାମ୍ବାଦିକତା ଆଚରଣ ନିୟମର ବ୍ୟବସ୍ଥାରେ ଉଲ୍ଲେଖ ରହିଛି ଯେ ଖବରକାଗଜଗୁଡ଼ିକ ବେଆଇନ ଖବର କିମ୍ବା ବେଆଇନ ବାର୍ତ୍ତା ବହନ କରୁଥିବା କୌଣସି ବିଜ୍ଞାପନ ପ୍ରକାଶ କରିବା ଉଚିତ ୍‌ ନୁହେଁ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *