ରାଜ୍ୟ

ଗଛରେ ପିଟିହେଲା କାର୍‌; ଜଣେ ମୃତ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼–ଲାଠୋର ରାସ୍ତାରେ ଥିବା ଘୁନସର ଛକ ନିକଟରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଥିବା ଜଣାପଡିଛି। ଫଳରେ ଏଥିରେ ବସିଥିବା ୩ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତରଙ୍କୁ ବଲାଙ୍ଗୀର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ମାରୁତି ଏକ୍ସପ୍ରେସୋ କାର(ଓଡି ୨୬ ଏଫ ୭୯୪୮) ଯୋଗେ ଲାଠୋର ଗ୍ରାମର ଉମେଶ ଦତ୍ତ ଓ  ବିଷ୍ଣୁ ଅଗ୍ରୱାଲ ଏବଂ ଲାଠୋର ଥାନା ପିପଲାବାହାଲ ଗ୍ରାମର ଇନ୍ଦ୍ରମଣି ମେହେର କୌଣସି କାମରେ ବଲାଙ୍ଗୀର ଯାଇ ଫେରୁଥିଲେ। ଲା‌ଠୋର ଫେରୁଥିବା ସମୟରେ ଖପ୍ରାଖୋଲ–ଲାଠୋର ମଧ୍ୟରେ ଥିବା ଘୁନସର ଛକ ନିକଟସ୍ଥା ବୁଲାଣି ଠାରେ ସମ୍ପୃକ୍ତ କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟିଥିଲାା ଗଛରେ ପିଟି ହେବା ଫଳରେ କାରଟି ଭାଙ୍ଗି ଚୁରମାର ହୋଇଥିବା ଜଣାପଡିଛି। ସେହିପରି କାରରେ ବସିଥିବା ସଭିଏଁ ଗୁରୁତର ହୋଇ ପଡିଥିଲେ।

ସେଠାରୁ ହେସମାନଙ୍କୁ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ ସିଏଚସିକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଳକୁ ସ୍ଥାନାନ୍ତରିତ କରାଯାଇଥିଲାା ବଲାଙ୍ଗୀର ନେବା ସମୟରେ ଉମେଶ ଦତ୍ତ ନାମକ ଯୁପକଙ୍କୁ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ଅନ୍ୟ ୨ ଜଣ ଗୁରୁତର ଅବସ୍ଥାନରେ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ନିଆ ଯାଉଥିବା ଜଣାପଡିଛି। ଏ ସମ୍ପର୍କରେ ଲାଠୋର ଥାନାଧିକରୀ ଝସକେତନ ଭୋଇଙ୍କୁ ପଚାରିବାରୁ ଜଣକର ମୃତ୍ୟୁ ହୋିଥିବା ଓ ୨ ଜଣଙ୍କୁ ବଲାଙ୍ଗୀର ସ୍ଥାନାନ୍ତରିତ ହୋଇଥିବା, ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ନେଇ କହିଛନ୍ତି।

Leave a Reply

Your email address will not be published. Required fields are marked *