ମନୋରଞ୍ଜନ

ଖୁବଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ

ମୁମ୍ବାଇ: ବଲିଉଡ ଦିଭା ମଲାଇକା ଆରୋରା ଓ ଅର୍ଜୁନ କପୁର ବିବାହ କରିବେ…। ଯଦି ଏହି କଥାକୁ ନେଇ ଆପଣଙ୍କ ମନରେ କିଛି ଦ୍ୱନ୍ଦ୍ୱ ରହିଛି ତେବେ ଏହାକୁ ଦୂର କରି ଦିଅନ୍ତୁ। କାରଣ ମଲାଇକା ନିଜେ ଏହାକୁ କନଫର୍ମ କରିଛନ୍ତି। ସେ କହିଛନ୍ତି, ମୁଁ ଅର୍ଜୁନ କପୁରଙ୍କୁ ବିବାହ କରିବାକୁ ଚାହୁଁଛି। ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଦ ଷ୍ଟାଇଲିସ ଦିଭା ମଲାଇକା ତାଙ୍କ ବିବାହକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। ସେ କହିଛନ୍ତି ଏହି ବିବାହକୁ ନେଇ ମୁ ବିଚଳିତ ନୁହେଁ। କାରଣ ମୁଁ ବିବାହରେ ବିଶ୍ୱାସ କରେ। ମଲାଇକାଙ୍କ ଏହି ଷ୍ଟେଟମେଣ୍ଟ ସେହିମାନଙ୍କ ମୁହଁ ବନ୍ଦ କରିଦେଇଛି ଯେଉଁମାନେ ଏହି କପଲଙ୍କୁ ଏଜ ଡିଫରେନ୍ସର ତାନା ଦେଉଥିଲେ।
ବ୍ରାଇଡସ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ମଲାଇକା କହିଛନ୍ତି, ମୁଁ ବିବାହ କଥା ଚିନ୍ତା କରୁଛି। ଲୋକେ ଭାବୁଛନ୍ତି ଦ୍ୱିତୀୟ ବିବାହକୁ ନେଇ ମୁଁ ବିଚଳିତ ଅଛି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ମୁଁ ବିବାହ ନାମକ ଇନଷ୍ଟିଚ୍ୟୁଟକୁ ବିଶ୍ୱାସ କରେ। ହେଲେ ମୁଁ ଏବେ କହିପାରିବିନି ବିବାହ କେବେ କରିବି। କାରଣ ଜୀବନରେ ସବୁକଥା ପ୍ଲାନ କରି କରିବା ଠିକ ନୁହେଁ, କିଛି ଜିନିଷ ସରପ୍ରାଇଜ ଭଳି ଆସିବା ଦରକାର। ପ୍ଲାନିଂ କରି କରି ଆମେ ଜୀବନର ଅସଲ ମଜାକୁ ହରାଇ ଦେଇଥାଉ।

Leave a Reply

Your email address will not be published. Required fields are marked *