ରାଜ୍ୟ

ହନୁମାନଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ମନ୍ତ୍ରୀ

କୋକସରା, : ହନୁମାନ ଜନ୍ମୋତ୍ସବ ଅବସରରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁରେ ଥିବା ବଜରଙ୍ଗବଳୀ ମନ୍ଦିରରେ ହନୁମାନ ଜୟନ୍ତୀ ମହାଆଡମ୍ବରରେ ପାଳନ କରାଯାଇଛି। ଏହି ଉପଲକ୍ଷେ ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର ପୂଜାବିଧି ସହ ୧୦୮ ସବାମଣି ଭୋଗ ଅର୍ପଣ କରାଯାଇଥିଲା। ହନୁମାନଙ୍କ ମୁଖ୍ୟ ପୂଜକ ବିଶି କେଶନ ଠାକୁର ଏବଂ ଉମା ଶଙ୍କର ଶର୍ମା ସମସ୍ତ ପୂଜାବିଧି ତୁଲାଇଥିଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶତାଧିକ ଭକ୍ତ ହନୁମାନଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।

ଏହି ଅବସରରେ ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଜେଡି ଜିଲା ସଭପତି ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପ୍ରମୁଖ ସନ୍ଧ୍ୟାରେ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ସା ଆଳତିରେ ଭାଗ ନେଇ ହନୁମାନଙ୍କ ସାନିଧ୍ୟ ଓ କୃପା ଲାଭ କରିଥିଲେ। ଲଡୁଗାଁ ହନୁମାନ ମହୋତ୍ସବ କମିଟି ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମାଝି, ପୁନମ ଚନ୍ଦ୍ର ଗୋୟଲ, ରଞ୍ଜିତ ଅଗ୍ରୱାଲ, ଅମର ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା, ତ୍ରିଲୋଚନ ଅଗ୍ରୱାଲ, ପବନ ଅଗ୍ରୱାଲ, ରାଜେନ୍ଦ୍ର ଦାସ, ପ୍ରିନ୍ସ ଅଗ୍ରୱାଲ, ଗୌତମ ଅଗ୍ରୱାଲ, ବାଳ ମୁକୁନ୍ଦ ଅଗ୍ରୱାଲ, ସଞ୍ଜୟ ସିଙ୍ଘଲ, ମନୋଜ ଅଗ୍ରୱାଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ହନୁମାନ ଜନ୍ମୋତ୍ସବ ପାଇଁ ଲଡୁଗାଁ ସହର ଉତ୍ସବ ମୁଖର ହୋଇପଡ଼ିଛି।

Leave a Reply

Your email address will not be published. Required fields are marked *