ରାଜ୍ୟ

ଦୁର୍ଘଟଣା ରୋକିବାକୁ ଜିରୋ ଫାଟାଲିଟ ଉଇକ୍ ପାଳନ


ବାଣପୁର/ :- ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ସରକାର ରାଜ୍ୟରେ ‘ଜିରୋ ଫାଟାଲିଟ ଉଇକ୍’ ପାଳନ କରୁଛନ୍ତି l ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ରାସ୍ତା ସାରା ବିଛେଇ ହୋଇପଡିଛନ୍ତି ପୋଲିସ ଏବଂ ଆରଟିଓ କର୍ମଚାରୀ । ହେଲମେଟ, ଗାଡି କାଗଜପତ୍ର, ସିଟ ବେଲଟ, ମଦ ପିଇ ଗାଡିଚାଳନା, ବାଇକରେ ତିନିଜଣିଆ ଯାତ୍ରୀ ଏବଂ ନାବାଳକ ଡ୍ରାଇଭରକୁ ଉଭୟ ବିଭାଗ ଗୋଡାଇ ଗୋଡାଇ ଧରିବାରେ ଲାଗିଛି। ଆଜି ପୂର୍ବାହ୍ନରୁ ରାତ୍ରି ପର୍ଯ୍ୟନ୍ତ ବାଣପୁର ଓ ବାଲୁଗାଁ ପୋଲିସର ସହଯୋଗରେ ଆରଟିଓ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରିଥିଲା l ଏହି ପରିପ୍ରେକ୍ଷୀରେ ବାଲୁଗାଁ ଥାନା ଅଞ୍ଚଳରୁ ୨ ଲକ୍ଷ ୫ ହଜାର ଟଙ୍କାର ମିଳିତ ଫାଇନ ଆଦାୟ ହୋଇଥିବା ଜଣାଯାଇଛି lବାଲୁଗାଁ ପୋଲିସ ଦୁଇ କଲେଜ ଛାତ୍ରଙ୍କ ବାଇକ ଜବତ କରିବା ସହ ସେମାନଙ୍କ ଅଭିଭାବକମାନଙ୍କ ଉପରେ ପଚାଶ ହଜାର ଟଙ୍କାର ଫାଇନ ପକାଯାଇଥିବା ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି l ଉକ୍ତ ଚଢ଼ାଉରେ ଭୁବନେଶ୍ୱର ଆରଟିଓ ପକ୍ଷରୁ କନିଷ୍ଠ ମୋଟରଜାନ ନିରୀକ୍ଷକ ପ୍ରମୋଦ ସିଂହ ଏବଂ ବାଲୁଗାଁ ପୋଲିସ ସାମିଲ ଥିଲା l ଅପରାହ୍ନ ପାଞ୍ଚ ଘଟିକା ସମୟରେ ବାଣପୁର ପୋଲିସ ଓ ଖୋର୍ଦ୍ଧା ଆରଟିଓ ତରଫରୁ ଚଢ଼ାଉ କରାଯାଇ 2ଲକ୍ଷ 90ହଜାର ଟଙ୍କା ଫାଇନ ଆଦାୟ କରିଛି lଉକ୍ତ ଚଢ଼ାଉରେ ବାଣପୁର ପୋଲିସ ସବ ଇନ୍ସପେକ୍ଟର ଆରଏନ ଗୌଡ଼,ଏଏସଆଇ ଲଷ୍ମୀଧର ପଣ୍ଡା, ହାବିଲଦାର ବିକେ ବେହେରା ସାମିଲ ଥିବାବେଳେ ଖୋର୍ଦ୍ଧା ଆରଟିଓ ତରଫରୁ ସବ ଇନ୍ସପେକ୍ଟର ତୃପ୍ତିରେଖା ଜେନା ଓ କନଷ୍ଟେବଳ ପୁଷ୍କର ସାମନ୍ତରାୟ ସାମିଲ ଥିଲେ l

Leave a Reply

Your email address will not be published. Required fields are marked *