ଦେଶ- ବିଦେଶ

୪ ବର୍ଷର ଶିଶୁକୁ ଝୁଣି ଖାଇଗଲେ କୁକୁର

ହାଇଦ୍ରାବାଦ, : ତେଲେଙ୍ଗାନାର ନିଜାମାବାଦରେ କୁକୁର ଆକ୍ରମଣରେ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ଯାହା ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। ପିଲାଟି ଏକୁଟିଆ ଥିବା ବେଳେ ୬ରୁ ଅଧିକ କୁକୁର ତାଙ୍କୁ ଆକ୍ରମଣ କରିଥିବା ଭିଡିଓରେ ଜଣାପଡୁଛି। ସୂଚନାନୁଯାୟୀ, ଶିଶୁଟିର ବାପା ଗଙ୍ଗାଧର ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରନ୍ତି। ରବିବାର ଗଙ୍ଗାଧର ଆପାର୍ଟମେଣ୍ଟ ଗେଟ୍‌ରେ ଜଗିଥିବା ବେଳେ ତାଙ୍କ ପୁଅ ସେଠାରେ ଖେଳୁଥିଲା। ହେଲେ ଅଚାନକ ଶିଶୁଟିକୁ କିଛି କୁକୁର ଘେରି ଯାଇ ଆକ୍ରମଣ କରିଥିଲେ। ଘଟଣା ଘଟିବା ବେଳେ ବାଳକଟିର ପାଟି ଶୁଣି ବାପା ଦୌଡି ଆସିଥିଲେ ଓ ତୁରନ୍ତ ତାକୁ ନେଇ ଡାକ୍ତରଖାନା ଯାଇଥିଲେ। ସେଠାରେ ଡାକ୍ତର ଶିଶୁଟିର ଚିକିତ୍ସା କରି ମୃତ ବୋଲି ଘୋଷଣା କରିିଥିଲେ।

Leave a Reply

Your email address will not be published. Required fields are marked *