ରାଜନୀତି

ପୁଣି ମୁସଲିମ ସଂରକ୍ଷଣ ଲାଗୁ କରିବୁ : କଂଗ୍ରେସ୍

ବେଙ୍ଗାଲୁରୁ : ମୁସଲିମ ସଂରକ୍ଷଣ କର୍ଣ୍ଣାଟକ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ବିଜେପି ସରକାର ମୁସଲିମ ସଂରକ୍ଷଣକୁ ଉଚ୍ଛେଦ କରିଥିବାବେଳେ କ୍ଷମତାକୁ ଫେରିଲେ ପୁଣି ସଂରକ୍ଷଣ ଲାଗୁ କରିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି ।

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଶୁକ୍ରବାର କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ଦଳ କ୍ଷମତାକୁ ଫେରିଲେ ମୁସଲମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ଉଚ୍ଛେଦ କରିବାକୁ ଶାସକ ବିଜେପି ନେଇଥିବା ନିଷ୍ପତ୍ତିକୁ ସେ ପ୍ରତ୍ୟାହାର କରିବେ। କର୍ଣ୍ଣାଟକର ବିଜେପି ସରକାର ଗତ ମାର୍ଚ୍ଚ ମାସରେ ସଂଖ୍ୟାଲଘୁଙ୍କ ପାଇଁ ଥିବା ୪ ପ୍ରତିଶତ ସଂରକ୍ଷଣକୁ ଉଚ୍ଛେଦ କରି ରାଜ୍ୟର ଦୁଇ ପ୍ରମୁଖ ସମ୍ପ୍ରଦାୟର ବର୍ତ୍ତମାନର କୋଟାରେ ଯୋଡ଼ିବାକୁ ନିଷ୍ପତ୍ତି ନେଇଥିଲେ ।

କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଓବିସି ବର୍ଗର ୨ବି ବର୍ଗୀକରଣ ଅଧୀନରେ ମୁସଲମାନମାନଙ୍କୁ ଦିଆଯାଇଥିବା ୪ ପ୍ରତିଶତ ସଂରକ୍ଷଣକୁ ଏବେ ଦୁଇଟି ସମାନ ଭାଗରେ ବିଭକ୍ତ କରାଯିବ ଏବଂ ଭୋକାଲିଗା ଏବଂ ଲିଙ୍ଗାୟତଙ୍କ ବର୍ତ୍ତମାନର କୋଟାରେ ଯୋଡ଼ାଯିବ, ଯେଉଁମାନଙ୍କ ପାଇଁ ଗତ ବର୍ଷ ବେଲଗାଭି ବିଧାନସଭା ଅଧିବେଶନ ସମୟରେ ୨ସି ଏବଂ ୨ଡିର ଦୁଇଟି ନୂତନ ସଂରକ୍ଷଣ ଶ୍ରେଣୀ ସୃଷ୍ଟି କରାଯାଇଥିଲା ।

ଶିବକୁମାର କହିଛନ୍ତି ଯେ, ବିନା କୌଣସି ଅସୁବିଧାରେ ଆମେ ଆମର ଦୁଇଟି ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛୁ । କିନ୍ତୁ ବିଜେପି ଏପର୍ଯ୍ୟନ୍ତ ନିଜର ତାଲିକା ପ୍ରକାଶ କରିନାହିଁ । ଆମ ସରକାର ଆସିବା ମାତ୍ରେ ଆମେ ସଂରକ୍ଷଣ ପ୍ରସଙ୍ଗକୁ ଉଚ୍ଛେଦ କରିବୁ ଏବଂ ସଂଖ୍ୟାଲଘୁଙ୍କ ସ୍ୱାର୍ଥ ରକ୍ଷା କରିବୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *