ରାଜନୀତି

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୪୪ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର : ଗୁରୁବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ୪୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦଳୀୟ ପତାକା ଉତ୍ତୋଳନ କରିବା ସହ ଦଳର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସମ୍ପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ତ୍ୟାଗ, ସମର୍ପଣ ଓ ବଳିଦାନ ବିଷୟରେ କହିଥିଲେ। ‘ସେବା ହିଁ ସଂଗଠନ’କୁ ମୂଳମନ୍ତ୍ର କରି ବିଜେପିର ସମସ୍ତ କାର୍ଯ୍ୟକର୍ତା ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି , ଆଗାମୀ ଦିନରେ ଏହି ଧାରା ଜାରି ରହିବ ବୋଲି କହିଥିଲେ।ଏହାପରେ ଜାତୀୟ ପରିଷଦ ସଦସ୍ୟ ଏବଂ ରାଜ୍ୟ ପରିଷଦ ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସୁଫଳ ଏବଂ ବିଜେପିର ବିଚାର ଓ ଆଦର୍ଶକୁ ଲୋକମାନଙ୍କ ଭିତରେ ପହଞ୍ଚାଇବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା। ଦଳ ପ୍ରତିଷ୍ଠା ହେବା ଦିନରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ବିଜେପିର ଇତିହାସ, ଅଭିଯାନ ଓ କାର୍ଯ୍ୟକଳାପ ସଂପର୍କରେ ବରିଷ୍ଠ ନେତା ସଜ୍ଜନ ଶର୍ମା ଆଲୋଚନା କରିଥିଲେ। ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ଏବଂ ବରିଷ୍ଠ ନେତା ଭୁବନାନନ୍ଦ ତ୍ରିପାଠୀ ଦଳର ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଗୋଲକ ମହାପାତ୍ର ଏହି ବୈଠକକୁ ସଂଚାଳନା କରିଥିବାବେଳେ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ଧନ୍ୟବାଦ ଜ୍ଞାପନ କରିଥିଲେ। ଦଳର ବହୁ ବରିଷ୍ଠ ନେତା, ବିଧାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଜି ରାଜ୍ୟର ସମସ୍ତ ଜିଲ୍ଲା, ମଣ୍ଡଳ ଏବଂ ବୁଥ୍‌ରେ ଦଳର ‘ପ୍ରତିଷ୍ଠା ଦିବସ’ ପାଳନ ହୋଇଯାଇଛି।

Leave a Reply

Your email address will not be published. Required fields are marked *