ମନୋରଞ୍ଜନ

ଟାଇମ୍ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାର ପ୍ରଥମ ସ୍ଥାନରେ ଶାହରୁଖ

ମୁମ୍ବାଇ: ଆଉ ଏକ ସଫଳତା ହାସଲ କଲେ ବଲିଉଡର ବାଦଶାହ ଶାହରୁଖ ଖାନ୍। ଫିଲ୍ମ ପଠାନର ସଫଳତା ପ‌ରେ ଏବେ ୨୦୨୩ ଟାଇମ୍୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଶୀର୍ଷରେ ରହିଛନ୍ତି ଶାହରୁଖ। ୧୦୦ଜଣକ ମଧ୍ୟରେ ୧ନଂ ହେବା ନିଶ୍ଚିତ ଭାବରେ ଗର୍ବର କଥା। ପାଠକମାନଙ୍କ ଦ୍ବାରା ଏହି ନିଷ୍ପତ୍ତି ନିଆଯାଇଛି, ଯେଉଁମାନେ କୌଣସି ବ୍ୟକ୍ତି ବା ଗୋଷ୍ଠୀକୁ ଭୋଟ୍ ଦେଇଥିଲେ। ସେମାନଙ୍କ ଭୋଟକୁ ଆଧାର କରି ଟପ୍ ୧୦୦ ସୂଚୀ ଜାରି କରାଯାଇଛି। ବିଶ୍ବର ବିଭିନ୍ନ ଦେଶର ଲୋକ ଦେଇଥିବା ୧.୨ ମିଲିୟନ ଭୋଟ ଆଧାରରେ ଏହି ସୂଚୀ ପ୍ରସ୍ତୁତ କରାଯାଇଛି।

ସବୁଠାରୁ ବଡ଼ କଥା ହେଲା, ଶାହରୁଖ ୧ନଂ ସ୍ଥାନ ହାସଲ କରିଥିବା ସହ ଫୁଟବଲ ଖେଳାଳି ଲିଓନେଲ ମେସି, ବ୍ରିଟେନର ପ୍ରିନ୍ସ ହ୍ୟାରି, ମେଗନ ମାର୍କଲ, ଓସ୍କାର ବିଜେତା ମିସେଲ ୟିୟୋହ ଏବଂ ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି। ୪% ଭୋଟ ପାଇ ଶାହରୁଖ ପ୍ରଥମ ସ୍ଥାନରେ ରହିଥିବା ବେଳେ ୩% ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଇରାନୀୟ ମହିଳା। ଏହି ମହିଳା ନିଜ ଦେଶର ଇସଲାମ ବିରୁଦ୍ଧରେ ଏକ ଅଭିଯାନ ଚଳାଇଥିଲେ ଯେଉଁଥିରେ ସେ ଅନେକ ବିଷୟ ଉପରେ ପ୍ରଶ୍ନ ଉଠାଇଥିଲେ। ଅନ୍ୟପକ୍ଷରେ ୧.୯% ଲେଖାଏଁ ଭୋଟ ପାଇ ତୃତୀୟ ଓ ଚତୁର୍ଥ ସ୍ଥାନ‌ରେ ରହିଛନ୍ତି ପ୍ରିନ୍ସ ହ୍ୟାରି ଓ ମେଗନ ମାର୍କଲ। ଏହା ସହ ୧.୮% ଭୋଟ ପାଇ ଲିଓନେଲ ମେସି ପଞ୍ଚମ ସ୍ଥାନରେ ରହିଛନ୍ତି।

ଏହା ପୂର୍ବରୁ ଦାମୀ କାର୍ କିଣି ଚର୍ଚ୍ଚାକୁ ଆସିଥିଲେ ଶାହରୁଖ। ପଠାନର ସଫଳତା ପରେ ସେ ରୋଲ୍ସ ରଏସ କିଣିଛନ୍ତି, ଯାହାର ଶୋ’ରୁମ୍‌ ମୂଲ୍ୟ ୮.୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମୋଟ ମୂଲ୍ୟକୁ ମିଶାଇଲେ ଏହି କାରର ମୂଲ୍ୟ ୧୦କୋଟିରୁ ଅଧିକ ହେବ।

Leave a Reply

Your email address will not be published. Required fields are marked *