ମୁଖ୍ୟ ଖବର

ବନ୍ଧା ହେଲେ ଠକ ପୋଷ୍ଟାଲ ଏଜେଣ୍ଟ

ଭୁବନେଶ୍ୱର: ମହିଳା ପୋଷ୍ଟାଲ ଏଜେଣ୍ଟ କୋଟିଏରୁ ଅଧିକ ଟଙ୍କାର ଡାକ ଜମା ଆତ୍ମସାତ୍ କରିଥିବା ଜଣାଯାଇଛି। ଏନେଇ ଠକ ମହିଳା ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣଲତା ଦାସଙ୍କୁ ଜଗତସିଂହପୁରରୁ ଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି।ସୂଚନା ଅନୁଯାୟୀ, ଗତ ୨ ବର୍ଷ ହେବ ଠକ ମହିଳା ସ୍ବର୍ଣ୍ଣଲତା ଦାସ ଜମାକାରୀଙ୍କ ଡିପୋଜିଟ ଟଙ୍କାକୁ ଆତ୍ମସାତ କରିଥିବା ନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା। ଓଲଡ ଟାଉନ କେଦାର ଲେନରେ ଠକ ମହିଳା ଜଣଙ୍କ ନିଜକୁ ପୋଷ୍ଟାଲ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କୁ ଚୁନା ଲଗାଉଥିବା କଥା ଜଣେ ମହିଳା ଜମାକାରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର ଲିଙ୍ଗରାଜ ଥାନା ପୁଲିସ ତଦନ୍ତ କରୁଥିଲା। ତାଙ୍କ ଘରୁ ୯୮ଜଣ ଜମାକାରୀଙ୍କ ୧୨୭ଟି ପୋଷ୍ଟାଲ ପାସବୁକ ଜବତ କରିଥିଲା ପୁଲିସ।

Leave a Reply

Your email address will not be published. Required fields are marked *