ଦେଶ- ବିଦେଶ

ଋଣ ପାଇଁ ଆଇଏମଏଫ ଆଗରେ ମୁଣ୍ଡ ନୋଇଲା ପାକିସ୍ତାନ

ଇସଲାମାବାଦ, : ଦେବାଳିଆ ପରିସ୍ଥିତିକୁ ଏଡାଇବା ପାଇଁ ପାକିସ୍ତାନ ଶେଷରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ସର୍ତ୍ତ ମାନିଛି। ଋଣ ପାଇଁ ପାକିସ୍ତାନ ଶେଷରେ ଆଇଏମଏଫ ଆଗରେ ନୋଇଛି। ଋଣ ସର୍ତ୍ତ ପୂରଣ ପାଇଁ ବିଲ ପାରିତ କରିବାକୁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ବାଧ୍ୟ ହୋଇଛନ୍ତି।

ମଙ୍ଗଳବାର ପାକିସ୍ତାନର ଜାତୀୟ ସଂସଦ ସର୍ବସମ୍ମତି କ୍ରମେ ଆଇଏମଏଫ ଧାର୍ଯ୍ୟ କରିଥିବା ସର୍ତ୍ତ ପୂରଣ ପାଇଁ ଏକ ଅର୍ଥ ବିଲ ପାରିତ କରିଛନ୍ତି। ଯଦି ପାକିସ୍ତାନ ଆଇଏମଏଫର ସର୍ତ୍ତ ପୂରଣ କରେ, ତେବେ ଏହା ପ୍ରାୟ ୮୮୦୦ କୋଟି ଟଙ୍କା ଋଣ ସୁବିଧା ପାଇବ। ରିପୋର୍ଟ ଅନୁଯାୟୀ, ପାକିସ୍ତାନର ମିନି ବଜେଟ କୁହାଯାଉଥିବା ଫାଇନାନ୍ସ ବିଲ ୨୦୨୩କୁ ସଂସଦର ନିମ୍ନ ଗୃହରେ ଅନୁମୋଦନ କରାଯାଇଛି।

Leave a Reply

Your email address will not be published. Required fields are marked *