ରାଜ୍ୟ

ନିଃଶୁକ୍ଳ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ


ବାଣପୁର :- ଆଦର୍ଶ ଆରୋଗ୍ୟ ସେବା ସଦନ, ବାଣପୁର ଓ ହେଲଥ ଭିଲେଜ ହସ୍ପିଟାଲ, ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ତା 07.04.2023ରିଖ ଶୁକ୍ରବାର ଦିନ ପୂର୍ବାହ୍ନ 09.30 ସମୟରେ ବାଣପୁର ଭୀମପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରକୁ ଗାଲୁଆ ଗ୍ରାମପଂଚାୟତର ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି ଅନୁଷ୍ଠାନିକ ଭାବେ ଉଦଘାଟନ କରି ଏହାର ସଫଳତା କାମନା କରିଥିଲେ l ଶିବିରରେ 130ରୁ ଉର୍ଦ୍ଧ ରୋଗୀ ଏବଂ ଭାପୁର ଗ୍ରାମରେ 80ରୁ ଉର୍ଦ୍ଧ ରୋଗୀଙ୍କୁ ଚିକିତ୍ସା କରାଯାଇଅଛି l ବିକ୍ଷ୍ୟାତ ଯନ୍ତ୍ରଣା ଉପଶମ ଡାକ୍ତର ଶୋଭନ କୁମାର ରଥ ରୋଗୀ ମାନଙ୍କୁ ଚିକିତ୍ସା କରିବା ସଙ୍ଗେ ସଙ୍ଗେ ମାଗଣା ଔଷଧ ବିତରଣ କରିଥିଲେ l ଏହି ଶିବିରକୁ ଆଦର୍ଶ ଆରୋଗ୍ୟ ସେବା ସଦନର ପ୍ରତିଷ୍ଠାତା ତଥା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ଅବସରପ୍ରାପ୍ତ ସହ ମହାପ୍ରବନ୍ଧକ ଭି. କାମେଶ୍ୱର ଆଚାରୀ, ପୂର୍ବତନ ବରିଷ୍ଟ ଲେଖା ପରୀକ୍ଷ୍ୟା ନିରୀକ୍ଷିକ ଲୋକନାଥ ବେହେରା, ଅଧ୍ୟାପକ ଦେବରାଜ ପାଲଟାସିଂ, ସ୍ୱାସ୍ଥ୍ୟ ସହାୟକ ପ୍ରଦୀପ ସାହୁ, ଭିଲେଜ ହସ୍ପିଟାଲର ବରିଷ୍ଟ ସହାୟକ ଭବାନୀ ମିଶ୍ର, ବଡହନ୍ତୁଆଡ଼ ସେବା ସମବାୟ ସମିତିର ସମ୍ପାଦକ ପ୍ରସନ୍ନ ପଟ୍ଟନାୟକ ମିଳିତ ଭାବେ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *