ରାଜ୍ୟ

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନରୁ ଗ୍ରାମରଖୀଙ୍କ ମୃତ୍ୟୁ ଅଭିଯୋଗ


ବାଣପୁର :- ଶନିବାର ପୂର୍ବାହ୍ନରେ ବାଣପୁର ଥାନା ଅନ୍ତର୍ଗତ କୋଳଥଡିହ ଗ୍ରାମର ପାଣ୍ଡଵ ନାୟକ ପିତା ଖଲି ନାୟକ ବୟସ 54ବର୍ଷ ତାଙ୍କର ହାତ ପାପୁଲିରେ ଆଘାତ ଲାଗିଥିବା କାରଣରୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆସିଥିଲେ l ପ୍ରକାଶଥାଉକି ପାଣ୍ଡଵ ତାଙ୍କ ସ୍ତ୍ରୀଙ୍କୁ ସାଇକେଲରେ ବସାଇ ମେଡିକାଲକୁ ଆସିଥିବା ତାଙ୍କ ସ୍ତ୍ରୀ ପ୍ରକାଶ କରିଛନ୍ତି l ଡ୍ରେସିଂଙ୍ଗ ରୁମରେ ଡ୍ରେସିଂଙ୍ଗ କରି ଆସିବା ପରେ ଡାକ୍ତର ସୁନନ୍ଦନ ମହାନ୍ତିଙ୍କ ପରାମର୍ଶ କ୍ରମେ ନର୍ସ ପାଣ୍ଡବଙ୍କୁ ସେପ୍ଟରିଆ ଜୋନ ଆଣ୍ଟିବା୍ୟୋଟିକ ଦେଇଥିଲେ l ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ମୁତାବକ ଇଞ୍ଜେକ୍ସନ ଦେବାର ଏକ ମିନିଟ ଭିତରେ ପାଟିରୁ ଫେଣ ବାହାରିବାରୁ ଡାକ୍ତରଙ୍କୁ ଡାକିଥିଲେ l କିନ୍ତୁ ଡାକ୍ତର ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଇଥିଲେ l ମେଡିକାଲରୁ ଇଞ୍ଜେକେସନଟି ଦିଆଯାଇଥିବା ବେଳେ ଭୁଲ ଇଂଜେକ୍ସନ ପାଇଁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିବା ପାଣ୍ଡବଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି l ପାଣ୍ଡଵ ବାଣପୁର ଥାନାରେ ଗ୍ରାମରଖି ଭାବରେ କାର୍ଯ୍ୟ କରୁଥିବା ଜଣାଯାଇଛି l ପାଣ୍ଡବଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଥିବା ବେଳେ ଖବର ଲେଖା ହେଲାବେଳକୁ ମୃତଦେହ ଡାକ୍ତରଖାନରେ ପଡିରହିଥିଲା ବେଳେ ଥାନାରେ ପ୍ରାଥମିକ ରିପୋର୍ଟ ଦିଆଯାଇନାହିଁ l

Leave a Reply

Your email address will not be published. Required fields are marked *