ରାଜ୍ୟ

ବାଣପୁର ଉପ ସହକାରୀ କାରାପାଳ ଜି. ଭିକାରି ପ୍ରଧାନଙ୍କ ଆକସ୍ମିକ ମୃତ୍ୟୁ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଣପୁର କାରାଗାରରେ କାର୍ଯ୍ୟରତ ଉପ ସହକାରୀ କାରାପାଳ ଜି. ଭିକାରି ପ୍ରଧାନ (59)ଙ୍କ ଆକସ୍ମିକ ମୃତ୍ୟୁ ହୋଇଛି l ସୂଚନା ମୁତାବକ ଗତକାଲି ରାତିରେ ଡ୍ୟୁଟି ସାରି ନିଜ ସରକାରୀ ବାସଭବନରେ ବିଶ୍ରାମ ନେଉଥିବା ବେଳେ ସମୟରେ ହଠାତ ଭିକାରି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ l ଜେଲ କର୍ମଚାରୀ ମାନେ ତାଙ୍କୁ ବାଣପୁର ମେଡିକାଲ କୁ ନେଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା l ସଙ୍ଗେସଙ୍ଗେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେଫର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି l ତେବେ ଏହା ହୃଦଘାତ ଲାଗି ହୋଇଥାଇପାରେ ବୋଲି ଜେଲ ସୁପରିଟେଣ୍ଡେଣ୍ଟ ଜଗତ ବିହାରୀ ରାଉତରାୟ ଅନୁମାନ କରୁଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି l ବାଣପୁର ଥାନାରେ ଏ ନେଇ 2/23 ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି l ତେବେ ଭିକାରି ଙ୍କ ମୃତ୍ୟୁରେ ଜେଲ ଏବଂ ଥାନା କର୍ମଚାରୀ ମାନେ ଶୋକ ପ୍ରକାଶ କରିଛନ୍ତି l ତାଙ୍କର ଗୋଟିଏ ପୁତ୍ର ଥିବାର ଜଣାପଡିଛି l ସୂଚନା ଥାଉକି ଶ୍ରୀ ପ୍ରଧାନ ପାଖପାଖି ଏକ ବର୍ଷ ତଳେ ବାଣପୁର କାରାଗାରରେ ଉପ ସହକାରୀ କାରାପାଳ ଭାବେ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *