ମହାନଗର

ଅରୋସିଖା” ଅନୁଷ୍ଠାନ ପକ୍ଷରୁ ସଚେତନତା ଶିବିର

ଭୁବନେଶ୍ୱର : ଅରୋସିଖା” ଅନୁଷ୍ଠାନ ତରଫରୁ ବାଲିଅନ୍ତା ବ୍ଲକସ୍ଥ ବେଣ୍ଟପୁର, ଭିଙ୍ଗାରପୁର ଗ୍ରାମ ପଂଚାୟତରେ ଏକ “ଦିବ୍ୟାଙ୍ଗ ସଚେତନତା ଓ ସହାୟତା ଶିବିର” ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୩୫ ଜଣ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ (୨-୧୩ ବର୍ଷ) ବୟସର ପିଲାଙ୍କୁ “ମାଗଣା ଫିଜୀଓ ଥେରାପି ସେବା” ନୂତନ କେନ୍ଦ୍ରରେ ଯୋଗେଇ ଦେବାକୁ ସ୍ଥିର ହୋଇଥିଲା। ଏହି ଶିବିରକୁ ରିଙ୍କି ବିଶ୍ଵାଳ ପରିଚାଳନା କରିଥିବା ବେଳେ ସାମାଜିକ କର୍ମୀ ରୁବି ନାୟକ ସହାୟତା କରିଥଲେ। ଅନୁଷ୍ଠାନର ଅଧକ୍ଷ ଚନ୍ଦ୍ର ପ୍ରକାଶଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିବା ସହିତ ପରୋକ୍ଷରେ ସରପଞ୍ଚ ଅମୂଲ୍ୟ ବେହେରା, କାଶୀନାଥ ସାହୁ, ପ୍ରଫୁଲ୍ଲ ମହାନ୍ତି (ୱାର୍ଡ ସଭ୍ୟ) ପ୍ରମୁଖ ଭୂମିକା ଗ୍ରହଣ କରିଥଲେ ।

Leave a Reply

Your email address will not be published. Required fields are marked *