ବିଶେଷ

ପୁଣ୍ୟତୋୟା ପ୍ରାଚୀ ଏବେ ମୃତନଦୀ


ନିମାପଡ଼ା: ଗରିମାମୟ ଇତିହାସ ର ମୁକସାକ୍ଷୀ ପୁଣ୍ୟତୋୟା ପ୍ରାଚୀ ଏବେ ସରକାରୀ ନଥିପତ୍ର ରେ ମୃତନଦୀ ।ମହାନଦୀରୁ ଉତ୍ପତ୍ତି ଲାଭ କରିଥିବା ଏହି ପବିତ୍ର ନଦୀ ଦିନେ ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲା ର ଜୀବନ ରେଖା ଥିଲା। ଅତୀତ ରେ ଜଳପଥ ଥିଲା ଗମନାଗମନ ର ପଥ। ପ୍ରାଚୀ ସୁନାବ୍ୟା ଥିବାରୁ ସାଧାରଣଲୋକଙ୍କ ଜୀବନ ରେଖା ପାଲଟିଥିଲା। ପ୍ରାଚୀ ନଦୀ ର ମୁହାଁଣ ରେ ଚିତ୍ରେଶ୍ୱରୀ
ଓ କୋଣାର୍ଗ ନାମ ରେ ଦୁଇଟି ପ୍ରସିଦ୍ଧ ପ୍ରାକୃତିକ ବନ୍ଦର ଥିଲା ବୋଲି ଐତିହାସିକ ମାନେ ତଥ୍ୟ ପ୍ରଦାନ କରିଛନ୍ତି। ସାଧବ ଓ ବଣିକ ମାନେ ଏହାର ଜଳପଥ ଦେଇ ସମୁଦ୍ର କୁ ପ୍ରବେଶ କରି ସୁଦୂର ବାର୍ଲି, ସୁମାତ୍ରା, ସିଂହଳ, ବୋର୍ଣିଓ ପ୍ରଭୁତି ଦେଶକୁ ଯାଇବାଣିଜ୍ୟ ବ୍ୟବସାୟ କରୁଥିଲେ। ପ୍ରାଚୀ ନଦୀ ଉପତ୍ୟକା ରେଗୁପ୍ତ ଯୁଗ ସମୟ ରୁ ମାନବ ସଭ୍ୟତା ଗଢି ଉଠିଥିବା ଗବେଷକ ମାନେ ମତ ପ୍ରକାଶ କରିଛନ୍ତି। ଗୁପ୍ତ ଯୁଗ ଠାରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାଚୀ ଉପତ୍ୟକା ରେ ଶକ୍ତି, ଶାକ୍ତ, ଶୈବ,
ବୈଷ୍ଣବ, ବୌଦ୍ଧ, ଜୈନ, ଇସଲାମ
ପ୍ରଭୁତି ଧର୍ମାବଲମ୍ବି ଲୋକବାସକରି ଶହ ଶହ କାରୁକାର୍ଯ୍ୟ ପୂର୍ଣ୍ଣ ମଠ, ମନ୍ଦିର, ସ୍ତୁପ,ମସଜିଦ, ବାମ୍ଫି, ଜଳାଶୟ ନିର୍ମାଣ କରିଥିଲେ। ଯାହା ଏବେ ସରକାରଙ୍କ ଉଦାସୀନତା କାରଣରୁ ବିଲୁପ୍ତ ହେବାକୁ ବସିଛି । ପ୍ରାଚୀ ନଦୀ ଓ ଏହାର ଶାଖା ନଦୀ ର ଶଯ୍ୟାକୁ ପ୍ରଭାବଶାଳୀ ବ୍ୟକ୍ତି ମାନେ ଜବରଦଖଲ କରି ଗୃହ, ରାସ୍ତା, ଚାଷ ଜମି କରିବାରୁ ଏହି ନଦୀ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ। ନଦୀର କିଛି ଅଂଶ ନିଜର ସ୍ଥିତି ଜାହିର କରୁଥିବାବେଳେ ଅତୀତରେ ଓଡ଼ିଆ ଜାତିର ନୌ ବାଣିଜ୍ୟ ର ମୁକ ସାକ୍ଷୀ ଗଙ୍ଗା ଠାରୁ ଶହେ ବର୍ଷ ପ୍ରାଚୀନ ବୋଲି ପଦ୍ମ ପୁରାଣ ଓ ସ୍କନ୍ଧ ପୂରଣ ରେ ବର୍ଣ୍ଣିତ ପ୍ରାଚୀ ନଦୀ ଆଜି ମୃତ ନଦୀ ପାଲଟିଛି । ପ୍ରାଚୀ ନଦୀ ସଫେଇ ପାଇଁ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୫୦୦ କୋଟି ଟଙ୍କା ଡ୍ରେନଜ ବିଭାଗ ଦ୍ଵାରା ଖର୍ଚ୍ଚ ହୋଇଥିବା ସତ୍ତ୍ୱେ ବ୍ୟାପକ ଅର୍ଥ ବାଟମାରଣା ଯୋଗୁଁ ଏହାର ସୁଫଳ ବିଶେଷ ଭାବେ ଫଳପ୍ରଦ ହୋଇନଥିବା ପ୍ରାଚୀ ସୁରକ୍ଷା ମଞ୍ଚ ସଭାପତି ପଣ୍ଡିତ ତ୍ରିଲୋଚନ ମିଶ୍ର ଅଭିଯୋଗ କରିଛନ୍ତି ।ଏବେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ଦାବି ହେଉଛି ।ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ନଦୀର ପୁନରୁଦ୍ଧାର ପାଇଁ ଦାବି କରିବା ସହିତ କେନ୍ଦ୍ରମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ଦିଗରେ ରାଜ୍ୟ ସରକାର ବଳିଷ୍ଠ ଓ ଫଳପ୍ରଦ ପଦକ୍ଷେପ ନେବା ଜରୁରୀ ବୋଲି ବିଭିନ୍ନ ମହଲ ରେ ଦାବି ହେଉଛି ।ପ୍ରାଚୀ ନଦୀର ପବିତ୍ରତା ରକ୍ଷା ସହ ଏହାର ପୁନରୁଦ୍ଧାର ପାଇଁ ଜଗନ୍ନାଥ ସଂସ୍କୃତି ଗବେଷକ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।
ରିପୋର୍ଟ – ସନ୍ତୋଷ ଦାଶ,ନିମାପଡା।

Leave a Reply

Your email address will not be published. Required fields are marked *