ଖେଳ

ଆଇପିଏଲ : ଦିଲ୍ଲୀକୁ ୫୭ରନରେ ହରାଇଲା ରାଜସ୍ଥାନ

ଗୌହାଟୀ : ଗୌହାଟୀରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୧୧ତମ ମ୍ୟାଚରେ ଦିଲ୍ଲୀକୁ ୫୭ ରନରେ ପରାସ୍ତ କରିଛି ରାଜସ୍ଥାନ । ୩ଟି ମ୍ୟାଚରେ ଏହି ଦିଲ୍ଲୀର ୩ୟ ପରାଜୟ ।

ରାଜସ୍ଥାନ ଦ୍ବାରା ରଖାଯାଇଥିବା ୨୦୦ ରନର ଟାର୍ଗେଟର ଜବାବରେ ଦିଲ୍ଲୀ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୨ରନ କରିପାରିଥିଲା । ଦଳ ପକ୍ଷରୁ ଅଧିନାୟକ ଡେଭିଡ୍ ଓ୍ବାର୍ନର ସର୍ବାଧିକ ୬୫ରନ କରିଥିବାବେଳେ ଲଲିତ ଯାଦବ ୩୮ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲଟ ଓ ଯୁଜବେନ୍ଦ୍ର ଚହଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ଜୟସ୍ବାଲ ଓ ବଟଲର ଆରମ୍ଭରୁ ହିଁ ଆତସି ବ୍ୟାଟିଂ ଆରମ୍ଭ କରିଦେଇଥିଲେ । ଖଲିଲ ଅହମ୍ମଦଙ୍କ ପ୍ରଥମ ଓଭରରେ ଜୟସ୍ବାଲ ୫ଟି ଚୌକା ମାରି ୨୦ ରନ ସଂଗ୍ରହ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୮ରନ ଯୋଗ କରିଥିଲେ । ଜୟସ୍ବାଲ ୬୦ରନ କରି ଆଉଟ ହୋଇଥିବାବେଳେ ବଟଲର ନିଜର ବ୍ୟାଟିଂ ଜାରି ରଖି ୭୯ରନ କରିଥିଲେ । ଶେଷ ବେଳକୁ ସିମରନ ହେଟମେୟର ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୩୯ରନ କରିଥିଲେ । ତେବେ ଅଧିନାୟକ ସଂଜୁ ସାମସନ ଓ ରିୟାନ ପରାଗ ବିଫଳ ହୋଇଥିଲେ ।

ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ଟି ଓ୍ବିକେଟ ନେଇଥିବାବେଳେ କୁଳଦୀପ ଯାଦବ ଓ ରଭମାନ ପାଓ୍ବେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ

Leave a Reply

Your email address will not be published. Required fields are marked *